Below header

ଭାରି ଖୁସି ମାଲକାନଗିରିର ଏହି ଯୁବକ: ଭାରତୀୟ ଦଳର ମ୍ୟାନେଜର ଭାବେ କାର୍ଯ୍ୟ ତୁଲାଇ ସେ ଓଡିଶା ପାଇଁ ଆଣିଛନ୍ତି ଗର୍ବ

କେପଟାଉନ୍ ଟେଷ୍ଟ ବିଜୟକୁ ନେଇ ଉତ୍ସାହିତ ଭାରତୀୟ ଦଳର ମ୍ୟାନେଜର ସତବୀର ସିଂ ରିଆର । ମାଲକାନଗିରିର ଏହି ଯୁବକ ଟିମ୍ ମ୍ୟାନେଜର ଭାବେ ଦକ୍ଷିଣ ଆଫ୍ରିକରେ ଦଳ ସହିତ ଯୋଗ ଦେଇଥିଲେ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୭ ୱିକେଟରେ ଜିତି ଇତିହାସ ରଚିଛି । ପ୍ରଥମ ଥର ପାଇଁ କୌଣସି ଏସୀୟ ଦଳ ଭାବେ ଭାରତ କେପଟାଉନରେ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି ।

କେନ୍ୟୁଜ୍: କେପଟାଉନ୍ ଟେଷ୍ଟ ବିଜୟକୁ ନେଇ ଉତ୍ସାହିତ ଭାରତୀୟ ଦଳର ମ୍ୟାନେଜର ସତବୀର ସିଂ ରିଆର । ମାଲକାନଗିରିର ଏହି ଯୁବକ ଟିମ୍ ମ୍ୟାନେଜର ଭାବେ ଦକ୍ଷିଣ ଆଫ୍ରିକାରେ ଦଳ ସହିତ ଯୋଗ ଦେଇଥିଲେ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୭ ୱିକେଟରେ ଜିତି ଇତିହାସ ରଚିଛି । ପ୍ରଥମ ଥର ପାଇଁ କୌଣସି ଏସୀୟ ଦଳ ଭାବେ ଭାରତ କେପଟାଉନରେ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି । ଏହା ସହିତ ବିଶ୍ବ ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି ।

ପପୁ ସିଂହ ଭାବେ ପରିଚିତ ଓଡ଼ିଶାର ସତବୀର ଦଳର ବିଜୟରେ ଖୁବ୍ ଖୁସି ବୋଲି କହିଛନ୍ତି । ସତବୀର ପେସାରେ ଜଣେ ଫାର୍ମାସିଷ୍ଟ। ତେବେ କ୍ରିକେଟ୍ ପ୍ରତି ତାଙ୍କର ପ୍ରବଳ ଶ୍ରଦ୍ଧା ରହିଛି । ତେଣୁ ସେ ଦୀର୍ଘ ବର୍ଷ ଧରି ରାଜ୍ୟ କ୍ରିକେଟ୍ ସହ ଜଡ଼ିତ ଅଛନ୍ତି । ଏହା ପୂର୍ବରୁ ସତବୀର ୧୬ ଓ ୧୯ ବର୍ଷରୁ ଏବଂ ରଣଜୀ ଟିମର ମ୍ୟାନେଜର ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ । ଏହାପରେ ତାଙ୍କୁ ଭାରତୀୟ ସିନିୟର କ୍ରିକେଟ ଟିମର ଗୁରୁ ଦାୟିତ୍ୱ ମିଳିଥିଲା ।

ଦଳର ଷ୍ଟାର ଖେଳାଳି ମାନଙ୍କ ସହ ଫୋଟ ଉଠାଇଛନ୍ତି ଆଉ ଡ୍ରେସିଂ ରୁମ ସେୟାର କରିଛନ୍ତି ସତବୀର । ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା, ଆର୍. ଆଶ୍ୱିନ, ଶୁବମନ ଗିଲଙ୍କ ଭଳି ଷ୍ଟାର ଖେଳିଙ୍କ ସହ ଆଲୋଚନା କରିବା ସହିତ ଫଟୋ ଉଠାଇଛନ୍ତି । ସତବୀର ହେଉଛନ୍ତି ଜଣେ ଓପନର ବ୍ୟାଟର ।

ଭାରତୀୟ ଦଳର ମ୍ୟାନେଜର ଭାବେ କାର୍ଯ୍ୟ କରିବା ଏବଂ ତାଙ୍କ ସମୟରେ ଦଳ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଜିତିବା ତାଙ୍କ ପାଇ ବହୁତ ବଡ଼ ଗୌରବର କଥା ହେବାଲି ସତବୀର କହିଛନ୍ତି । ଏହି ସୁଯୋଗ ପାଇଁ ସେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ସଭାପତି ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ସହିତ ବିସିସିଆଇକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ସତବୀର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.