Below header

ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ବୈଠକ : ସୁପ୍ରିମକୋର୍ଟ ନିର୍ଦ୍ଦେଶ କାର୍ୟ୍ୟକାରୀ ନେଇ ଆଲୋଚନା

ପୁରୀ : ଶ୍ରୀମନ୍ଦିର ସଂପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରମୁଖ ସେବାୟତ ନିଯୋଗଙ୍କ ସହ ଆଲୋଚନା କରିଛି । ସୁପ୍ରିମକୋର୍ଟଙ୍କ ୧୨ଟି ଅନ୍ତରୀଣ ନିର୍ଦ୍ଦେଶ ମଧ୍ୟରେ ଯେଉଁଗୁଡ଼ିକ ତୁରନ୍ତ କାର୍ୟ୍ୟକାରୀ କରାଯିବ, ସେନେଇ ସେବାୟତଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ବଡ଼ଦେଉଳର ବିଭିନ୍ନ ସ୍ଥାନରେ ଥାଳି ମାଧ୍ୟମରେ ଦକ୍ଷିଣା ଆଦାୟ ପରଂପରାକୁ କିପରି ବନ୍ଦ କରାଯିବ, ତାହା ଉପରେ ଆଲୋଚନା କରାଯାଇଛି ।

ରୋଷଘରର ସବୁ ଚୁଲିକୁ ଶ୍ରୀମନ୍ଦିର ପ୍ରଶାସନ ନିଜ କର୍ତ୍ତୃତ୍ୱକୁ ନେବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ଆଦେଶକୁ କାର୍ୟ୍ୟକାରୀ କରାଯିବ । ରୋଷଘର ଚୁଲି ଶ୍ରୀମନ୍ଦିର ପ୍ରଶାସନ ନିଜ ହାତକୁ ନେଇ ବର୍ଷିକିଆ ଲାଇସେନସ କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ମହାପ୍ରସାଦର ମାନ ବୃଦ୍ଧି ସହ ରେଟ୍ ଚାର୍ଟ ଲଗାଇବାର ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମ୍କୋର୍ଟଙ୍କ ଆଦେଶ ପାଳନ ସଂପର୍କରେ ଆସନ୍ତା ୩୦ ତାରିଖରେ ସତ୍ୟପାଠ ଦାଖଲ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.