ଷ୍ଟ୍ରାଟେଜିକ୍‌ ଟ୍ରେଡ୍‌ ଅଥରାଇଜେସନ୍‌ STA 1 ତାଲିକାରେ ଭାରତ

ଷ୍ଟ୍ରାଟେଜିକ୍‌ ଟ୍ରେଡ୍‌ ଅଥରାଇଜେସନ୍‌- STA 1 ତାଲିକାରେ ଭାରତକୁ ଆମେରିକା ସ୍ଥାନ ଦେଇଛି । ପ୍ରଥମ ଦକ୍ଷିଣ ଏସୀୟ ରାଷ୍ଟ୍ର ଭାବେ ଭାରତ ଏହି ତାଲିକାରେ ସ୍ଥାନ ପାଇଛି । ପୂର୍ବରୁ ଏସୀୟ ରାଷ୍ଟ୍ରଙ୍କ ମଧ୍ୟରେ ଜାପାନ ଏବଂ ଦକ୍ଷିଣ କୋରିଆ ଏହି ତାଲିକାରେ ସ୍ଥାନ ପାଇଥିଲେ । ସେହିପରି ଏହି ଷ୍ଟାଟସ୍‌ ପାଇବାରେ ଭାରତ ପୃଥିବୀର  ୩୭ତମ ରାଷ୍ଟ୍ର । ଏହି ମାନ୍ୟତା ମିଳିବା ପରେ ଏବେ ଆମେରିକାରୁ ଭାରତ ଉଚ୍ଚ ବୈଷୟିକ ଜ୍ଞାନ କୌଶଳଯୁକ୍ତ ସାମରିକ ଏବଂ ବେସାମରିକ ଦ୍ରବ୍ୟ କିଣି ପାରିବ ।

ସାଧାରଣତଃ ଏମ୍‌ଟିସିଆର, ଡବ୍ଲୁଏ, ଏଜି ଏବଂ ଏନଏସ୍‌ଜି ତାଲିକାରେ ସ୍ଥାନ ପାଇଥିବା ରାଷ୍ଟ୍ରଗୁଡ଼ିକୁ  ଆମେରିକା STA 1 ତାଲିକାରେ ସ୍ଥାନ ଦେଇଥାଏ । କିନ୍ତୁ ଏନ୍‌ଏସ୍‌ଜି ତାଲିକାରେ ସ୍ଥାନ ନଥିବା ସତ୍ତ୍ୱେ ନୂଆଦିଲ୍ଲୀକୁ ଏହି ମାନ୍ୟତା ଦେଇଛି ଓ୍ଵାସିଂଟନ୍‌ । ଭାରତକୁ ଏହି ମାନ୍ୟତା ଦେଇ ଚୀନ୍‌କୁ ଆମେରିକା ଝଟ୍‌କା ଦେଇଛି । ଚୀନ୍‌କୁ ବାର୍ତ୍ତା ଦେଇଛି ଯେ, ଭାରତ ହେଉଛି ଆମେରିକାର ଖାସ୍‌ ସହଯୋଗୀ । ବିଭିନ୍ନ ପ୍ରସଙ୍ଗରେ ଚୀନ୍‌ ଭାରତକୁ ବିରୋଧ କରି ଆସୁଥିବାବେଳେ ଆମେରିକା ସମର୍ଥନ କରୁଛି । ଚୀନ୍‌ର ବିରୋଧ ପାଇଁ ବର୍ତ୍ତମାନ ସୁଦ୍ଧା ଭାରତ ଏନଏସଜିରେ ସ୍ଥାନ ପାଇ ପାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.