Below header

ଛାତ୍ରୀ ମୃତ୍ୟୁ ଘଟଣା : ଗିରଫ ହେଲେ ସ୍କୁଲର ପ୍ରଧାନ ଶିକ୍ଷକ

ମାଲକାନଗିରି : ଶିଖପାଲ୍ଲୀ ଆବସିକ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ହୋଇଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ। ଦଶମ ଶ୍ରେଣୀର ଏହି ଛାତ୍ରୀଙ୍କୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବିଶ୍ୱଜିତ ସରକାର ଯୌନ ନିର୍ୟାତନା ଦେଉଥିଲେ। ଏହା ଅସହ୍ୟ ହେବାରୁ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ କହିଛି।

ଆତ୍ମହତ୍ୟା ପାଇଁ ପ୍ରଧାନ ଶିକ୍ଷକ ଦାୟୀ ବୋଲି ପୀଡ଼ିତା ଛାତ୍ରୀ ନିଜ ଖାତାରେ ଲେଖିଛନ୍ତି। ଏହାସହ ସ୍କୁଲର ଅନ୍ୟ ଜଣେ ଛାତ୍ରୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଉଭୟ ଅଭିଯୋଗ ଆଧାରରେ ପୋଲିସ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି ଜଗମୋହନ ମୀନା । ଦୁଇଟି ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ଗତ ଗୁରୁବାର ରାତିରେ ଛାତ୍ରୀଜଣଙ୍କ ହଷ୍ଟେଲ ରୁମରେ ନଥିଲେ । ତା ପରଦିନ ସକାଳୁ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍କୁଲର କମ୍ପ୍ୟୁଟର ଲ୍ୟାବରୁ ଉଦ୍ଧାର କରାଯାଇଥିଲା । ନିଜ ହାତକୁ ବ୍ଲେଡରେ କାଟି ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.