Below header

ଶ୍ରୀମନ୍ଦିରକୁ ନେଇ ୧୦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିଲେ ୨୨ଟି ନିର୍ଦେଶ, ରାଜ୍ୟ ସରକାର ୮ ଜାନୁଆରୀରେ ରଖିବେ ଜବାବ

କେନ୍ୟୁଜ୍(ବ୍ୟୁରୋ): ପାଖେଇ ଆସୁଛି ଡେଡଲାଇନ୍‌ । ୨୨ ନିର୍ଦେଶ, ୨୨ ଦିନ ବାକି । କାମ କେତେ ହୋଇଛି, ସୁପ୍ରିମକୋର୍ଟରେ ରାଜ୍ୟ ସରକାର ରଖିବେ ଜବାବ । ଜାନୁଆରୀ ୮ରେ ସୁପ୍ରିମକୋର୍ଟରେ ରଖିବେ ଜବାବ । ୪୦ ଦିନ ବିତିଲାଣି, ହାତରେ ଆଉ ୨୨ ଦିନ । ପୁରୀକୁ ବିଶ୍ୱ ଐତିହ୍ୟ ସହର ଗଢ଼ି ତୋଳିବାକୁ ସରକାର ବେଶ ତତ୍ପର । ହେଲେ ଏହାରି ଭିତରେ ଭୁଲିଗଲେଣି ଶ୍ରୀମନ୍ଦିର ସୁରକ୍ଷା କଥା । ଆସନ୍ତୁ ନଜର ପକାଇବା କଣ କହିଥିଲେ ସୁପ୍ରିମକୋର୍ଟ ଆଉ କେତେ କାର୍ଯ୍ୟକାରୀ ହୋଇଛି ।

puri

  • ଶ୍ରୀମନ୍ଦିର ସୁପରିଚାଳନା ପାଇଁ ମ୍ୟାନେଜିଂ କମିଟିକୁ ପୂର୍ଣ୍ଣ କ୍ଷମତା ଦିଆଯାଇଥିଲା । ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇନାହାନ୍ତି ।
  • ଦେଶରେ ମହାପ୍ରଭୁଙ୍କର କେତେ ଜମିବାଡ଼ି ଓ ଖଣି ଖାଦାନ ରହିଛି। ସମ୍ପତ୍ତିର ଆକଳନ କରି ବିସ୍ତୃତ ତାଲିକା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। କେଉଁ ସ୍ଥାନରେ କେତେ ଜବରଦଖଲ ହୋଇଛି ଓ କେତେ ଟଙ୍କା ମନ୍ଦିରକୁ ଆସିଛି ତାର ହିସାବ ଖାତା ହୋଇନାହିଁ ।
  • ମ୍ୟାନେଜିଂ କମିଟି ହାତରେ ରହିବ ମନ୍ଦିର ପରିଚାଳନା ଦାୟିତ୍ୱ। ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ମନ୍ଦିର ପରିଚାଳନା ସହ ଜଡିତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା । ହେଲେ ନୀତିକ୍ରାନ୍ତି ଓ ଶୃଙ୍ଖଳିତ ଦର୍ଶନକୁ ନେଇ ଏପର୍ଯ୍ୟନ୍ତ ଶଙ୍କରାଚାର୍ଯ୍ୟଙ୍କ ସହ କୌଣସି ଆଲୋଚନା ହୋଇନାହିଁ ।
  • ୬୦ ହଜାର ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବା ପାଇଁ ମଧ୍ୟବର୍ତ୍ତିକାଳୀନ ରାୟରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ଚୂଡାନ୍ତ ନିଷ୍ପତ୍ତି ଶୁଣାଇ ନାହାନ୍ତି
  • ପୁରୀରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିର୍ଦେଶ ଦେଇଥିଲେ କୋର୍ଟ । ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କେବଳ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା କରିଛି ।
  • ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପ୍ରତିଷ୍ଠା ହେବ ସ୍କୁଲ । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ମିଶି ସ୍କୁଲ ପ୍ରତିଷ୍ଠା କରିବେ । ଏଥିପାଇଁ ଅର୍ଥ ଯୋଗାଇବେ ସୁପ୍ରିମକୋର୍ଟ । କିନ୍ତୁ କେଉଁଠି ନିର୍ମାଣ ହେବ, ଯାଗା ଚିହ୍ନଟ ହୋଇନାହିଁ ।
  • ଜଗନ୍ନାଥ ସଂସ୍କୃତି, ନୀତି, ଇତିହାସ, ବେଶ ଓ ପରମ୍ପରା ସମ୍ପର୍କରେ ତଥ୍ୟ ଦେବାପାଇଁ ଏକ ପୋର୍ଟାଲ ଖୋଲିବାକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
  • ସେବାୟତ ମାନେ ଆଇ କାର୍ଡ ପକାଇବା ବାଧ୍ୟତମୂଳକ । ହେଲେ ଏପର୍ଯ୍ୟନ୍ତ ବ୍ୟବସ୍ଥା ହୋଇପାରିନାହିଁ ।
  • ଅବଢ଼ା ଦର ପ୍ରସ୍ତୁତ କରି ଆନନ୍ଦ ବଜାରରେ ରେଟ ଚାର୍ଟ ଲଗାଇବାକୁ ନିର୍ଦେଶ ଦେଇଥିଲେ । ତାହା ମଧ୍ୟ ହୋଇନାହିଁ ।
  • ଭକ୍ତଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନିଯୁକ୍ତି କରିବାକୁ କୁହାଯାଇଥିଲା । ତାହା ମଧ୍ୟ ହୋଇନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.