ଅଶାନ୍ତ ପରିସ୍ଥିତି ପାଇଁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା, ୧୬ ତାରିଖରୁ ୫ ଜାନୁଆରୀ ପର୍ଯ୍ୟନ୍ତ ରହିବ ବନ୍ଦ

କେନ୍ୟୁଜ୍(ବ୍ୟୁରୋ):   ଅଶାନ୍ତ ପରିସ୍ଥିତି ଯୋଗୁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଡିସେମ୍ବର ୧୬ ତାରିଖରୁ ଜାନୁଆରୀ ୫ ପର୍ଯ୍ୟନ୍ତ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ । ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ନାଗରିକତା ସଂଶୋଧନ ଆଇନ୍‌ ପ୍ରତିବାଦରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇବା ପରେ ଜାମିଆ ମିଲିଆ ବାତାବରଣ ଅଶାନ୍ତ ହୋଇ ଉଠିଛି। ଗତକାଲି ପୋଲିସ ସହ ଛାତ୍ରଛାତ୍ରୀଙ୍କ ସଂଘର୍ଷ ହୋଇଥିଲା। ଛାତ୍ରଛାତ୍ରୀମାନେ ପାର୍ଲାମେଣ୍ଟ ଭବନକୁ ଶୋଭାଯାତ୍ରାରେ ଯିବାବେଳେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ ପୋଲିସ ଲାଠିମାଡ କରିଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.