Below header

ସରିଲା ସଂସଦର ଶୀତକାଳୀନ ଅଧିବେଶନ, ଜାତୀୟ ଓ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଆଭାସ ନେଇ ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ): ସଂସଦର ଶୀତ ଅଧିବେଶନରେ ଅଧିକ ଚର୍ଚ୍ଚାରେ ଥିଲା ସିଟିଜେନ୍‌ ଆମେଣ୍ଡମେଣ୍ଟ ବିଲ୍‌ । ସିଏବି ଗୃହୀତ ହେବାକୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ତାଠୁ ଅଧିକ ଚର୍ଚ୍ଚାରେ ଥିଲା କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ବିଜେଡି ସାଂସଦଙ୍କ ଭେଟଘାଟ୍‌ । ସାକ୍ଷାତ ଆଲୋଚନା ଟାଇମିଂକୁ ନେଇ ଜୋର ଧରିଛି ଚର୍ଚ୍ଚା। ଗୋଟିଏ ପଟେ ଲୋକସଭାରେ ସିଏବି ପାରିତ ହୋଇଥିଲା। ଅନ୍ୟପଟେ ରାଜ୍ୟସଭାରେ ଗୃହୀତ ହେବାକୁ ଥିଲା ସିଏବି। ଠିକ୍‌ ସେତିକିବେଳେ ଶିବସେନା ସମର୍ଥନ ନେଇ କେଁ ପୂରାଇଲା। ଆଉ ରାଜ୍ୟସଭାରେ ନମ୍ବରକୁ ନେଇ ବିଜେପି ଯୋଗାଡ଼ରେ ଥିବା ବେଳେ ଶାହାଙ୍କ ସହ ବିଜେଡି ସାଂସଦଙ୍କ ସହ ଭେଟଘାଟ୍‌ ହୋଇଥିଲା।
parliamentରେଳବାଇ କ୍ଷେତ୍ରରେ ଓଡ଼ିଶାର ଦାବି ସହ ବିଧାନ ପରିଷଦ ବିଲ୍‌କୁ ସଂସଦରେ ଗୃହୀତ କରିବା ପାଇଁ ଦାବି ରଖିଥିଲା ବିଜେଡି। ଏହାସହ ରାଜ୍ୟର ସ୍ୱାର୍ଥ ପାଇଁ ଆଉ ଦୁଇ ତିନିଟି ଦାବି ଗୃହମନ୍ତ୍ରୀଙ୍କ ପାଖରେ ରଖିଥିଲା ବିଜେଡି। ଗୋଟିଏ ପଟେ ଏହି ଭେଟଘାଟ୍‌କୁ ନେଇ କେନ୍ଦ୍ରୀୟ ନେତୃତ୍ୱ ପୂରା ଚୁପ୍‌ ଥିବା ବେଳେ ରାଜ୍ୟ ବିଜେପି ନେତା କିନ୍ତୁ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି। ଦଳୀୟ ସ୍ୱାର୍ଥ ପାଇଁ ବିଜେଡି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛନ୍ତି। ୧୯ ନିର୍ବାଚନ ପୂର୍ବରୁ ବିଜେଡି–ବିଜେପି ସମ୍ପର୍କ ଆରପାର ଥିଲା । କିନ୍ତୁ ଏଭିତରେ ଅନେକ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଯାହା ଉଭୟ ବିଜେଡି-ବିଜେପି ମଧ୍ୟରେ ଦୂରତା କମୁଥିବା ଚର୍ଚ୍ଚାକୁ ଜୋର କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.