Below header

ଏପ୍ରିଲ ମାସ ଶେଷ ସୁଦ୍ଧା ଦିନକୁ ୩ ହଜାର କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ଓଡ଼ିଶା ସରକାର, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

କେନ୍ୟୁଜ(ବ୍ୟୁରୋ): ଓଡ଼ିଶାରେ ଦିନକୁ ହେବ ୩ ହଜାର କରୋନା ଟେଷ୍ଟ । ଏପ୍ରିଲ ମାସ ଶେଷ ସୁଦ୍ଧା ଦିନକୁ ୩ ହଜାର କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବାଲେଶ୍ୱର, ବାରିପଦା ଓ କୋରାପୁଟ ଏହିଭଳି ୪ଟି ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ। ଏଥିସହ ଭୁବନେଶ୍ୱରସ୍ଥିତ ଓୟୁଏଟିରେ ମଧ୍ୟ ହେବ କରୋନା ନମୂନା ପରୀକ୍ଷା। ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILS ରେ ଦିନକୁ ୪୫୦ଟି ନମୂନା ଟେଷ୍ଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ମୁକାବିଲାକୁ ଆହୁରି ତ୍ୱରିତ ବେଗରେ କରିବାକୁ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.