କ୍ୟାନସର ହସ୍ପିଟାଲ ପାଇଁ ଟାଟା ଟ୍ରଷ୍ଟକୁ ହେବ ଜମି ହସ୍ତାନ୍ତର, ମାସେ ଭିତରେ ରାସ୍ତା କାମ ଆରମ୍ଭ ପାଇଁ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର(କେନ୍ୟୁଜ୍): କ୍ୟାନସର ହସ୍ପିଟାଲ ପାଇଁ ବାରଙ୍ଗଠାରେ ଚଳିତ ମାସରେ ଟାଟା ଟ୍ରଷ୍ଟକୁ ଜମି ହସ୍ତାନ୍ତର ହେବ। କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ହସ୍ପିଟାଲ ନିକଟକୁ ମାସେ ଭିତରେ ରାସ୍ତା କାମ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି। ବୈଠକରେ ଉପସ୍ଥିତ ଥିଲେ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, କଟକ ଜିଲ୍ଲାପାଳ, ଟାଟା ଟ୍ରଷ୍ଟର ସଦସ୍ୟ, କଟକ ଆଚାର୍ଯ୍ୟ ହରହର କର୍କଟ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ । ସେହିପରି ନିଷ୍ପତ୍ତି ହୋଇଛି ଭୀମସାର, ଏମକେସିଜି, କୋରାପୁଟ, କେନ୍ଦୁଝରରେ ରେଡିଓ ଥେରାପି, କ୍ୟାନସର ରୋଗ ଚିହ୍ନଟ ଓ ଚିକିତ୍ସା ସହ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରେଡିଓ ଥେରାପି ପାଇଁ ସ୍ୱତନ୍ତ୍ର ବ୍ଲକ୍, ସମ୍ପ୍ରସାରଣ ପାଇଁ ସ୍ୱତନ୍ତ୍ର ମାଷ୍ଟରପ୍ଲାନ୍‌ ଖୁବଶୀଘ୍ର ପ୍ରସ୍ତୁତ କରାଯିବ। ଏହାବ୍ୟତୀତ କ୍ୟାନସରକୁ ଏକ ନୋଟିଫିକେବୁଲ ଡିଜିଜ୍‌ ଭାବରେ ବିବେଚନା ପାଇଁ ନିଷ୍ପତ୍ତି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.