Below header

ଆନନ୍ଦପୁର : ଅମାନିଆ ଦୋକାନୀଙ୍କୁ ଜରିମନା, ପୁଣି କଟକଣା ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଆନନ୍ଦପୁର (କେ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ କୋଭିଡ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ପ୍ରଶାସନିକ ସ୍ତରରେ ନିୟମ କଡାକଡି କରିବା ସହିତ ବଜାରରେ ଥିବା ଦୋକାନଗୁଡିକରେ ଜୋରଦାର ଚେକିଂ କରାଯାଉଛି। ନିୟମ ଖିଲାପ କରୁଥିବା ୬ଟି ଦୋକାନକୁ ପ୍ରଶାସନ ସିଲ କରିବା ସହିତ ୬ ହଜାର ଟଙ୍କା ଜରିମନା ଆଦାୟ କରାଯାଇଛି।

ବର୍ତ୍ତମାନ ପରିସ୍ଥିତିରେ ଦ୍ରୁତଗତିରେ ସଂକ୍ରମଣ ବଢୁଥିବାରୁ ଉଭୟ ଦୋକାନୀ ଓ ଗ୍ରାହତ ସଚେତନ ରହିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ବାରମ୍ବାର କୋଭିଡ୍‌ କଟକଣା ଭାଙ୍ଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପୋଲିସ୍‌ ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.