Below header

ବିଏମସି ଅଞ୍ଚଳରେ ବଢୁଛି ସଂକ୍ରମଣ, ବିଶେଷ କରି ଯୁବଗୋଷ୍ଠୀ ମାନୁ ନାହାନ୍ତି କୋଭିଡ ନିୟମ

ଭୁବନେଶ୍ବର(କେନ୍ୟୁଜ୍):  ବିଏମସି ଅଞ୍ଚଳରେ ବଢୁଛି ସଂକ୍ରମଣ । ମୁକାବିଲା ପାଇଁ ଖୁବ୍‌ଶୀଘ୍ର ହେବ କଣ୍ଟେନ୍‌ମେଣ୍ଟ ଜୋନ୍‌ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବ ମହାନଗର ନିଗମ କର୍ତ୍ତୃପକ୍ଷ । ଯେଉଁ ଅଞ୍ଚଳରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳର ତାଲିକା ପ୍ରସ୍ତୁତ ହୋଇଛି । ଅଧିକ ସ୍କ୍ଵାଡ ଗଠନ ସହ ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ । ମାର୍କେଟ ଏରିଆରେ ଲୋକମାନେ ଖୋଲାଖୋଲି ଭାବେ ଗାଇଡଲାଇନ ଉଲ୍ଲଂଘନ କରୁଛନ୍ତି । ବିଶେଷ କରି ଯୁବଗୋଷ୍ଠୀ କୋଭିଡ ନିୟମ ମାନୁ ନାହାନ୍ତି । କରୋନା ସଂକ୍ରମଣ ବଢିବା ସହ ଚିନ୍ତା ମଧ୍ୟ ବଢ଼ୁଛି। କଣ୍ଟାକ୍ଟ ଟ୍ରେସିଂକୁ ତ୍ୱରାନ୍ଵିତ କରାଯାଇଛି। ଟେଷ୍ଟିଂ ବୃଦ୍ଧି ଯୋଗୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

କିଛି ଲୋକ ଡରରେ ଟେଷ୍ଟିଂ ପାଇଁ ଆସୁ ନାହାନ୍ତି । ଟେଷ୍ଟିଂ ପାଇଁ ଆଗେଇ ଆସିବା ପାଇଁ ଲୋକଙ୍କୁ ଅପିଲ୍‌ କରିଛନ୍ତି ବିଏମସି କମିଶନର । ସଟ୍‌ଡାଉନ୍‌ କଥା ମଧ୍ୟ ଆଲୋଚନା ହେଉଛି। ଯଦିଓ କିଛି ନିଷ୍ପତ୍ତି ହୋଇନି ତଥାପି କଣ୍ଟେନମେଣ୍ଟ ଜୋନ୍‌ ସଂପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ହେବ । କୋଭିଡ୍‌ ସଚେତକଙ୍କୁ ଆକ୍ଟିଭ ସହ ଜନସମ୍ପର୍କ ଅଭିଯାନକୁ ତ୍ୱରାନ୍ଵିତ କରାଯାଇଛି। ସପ୍ତାହାନ୍ତ ସଟ୍‌ଡାଉନର ପୂର୍ବ ଓ ପରଦିନ ଲୋକେ କଟକଣା ଖିଲାପ କରିଛନ୍ତି। ଏଣିକି ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.