କୋଭିସିଲ୍ଡ ଦର ହ୍ରାସ କଲା  ସେରମ ଇନଷ୍ଟିଚ୍ୟୁଟ, ଡୋଜ ପିଛା କମାଇଲା ୧୦୦ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟମାନଙ୍କ ପାଇଁ କୋଭିସିଲ୍ଡ ଦର ହ୍ରାସ କଲା  ସେରମ ଇନଷ୍ଟିଚ୍ୟୁଟ। ରାଜ୍ୟମାନଙ୍କୂୁ ଦିଆଯିବାକୁ ଥିବା ଟିକା ଦରକୁ ୧୦୦ ଟଙ୍କା ହ୍ରାସ କରିଛି ସେରମ ଇନଷ୍ଟିଚ୍ୟୁଟ। ପୂର୍ବରୁ ରାଜ୍ୟ ଗୁଡିକ ୪୦୦ ଟଙ୍କାରେ କୋଭିସିଲ୍ଡ ଟିକା  ଦେବାକୁ ଘୋଷଣା ହୋଇଥିଲା । ଏବେ ଏହା ୧୦୦ ଟଙ୍କା ହ୍ରାସ ହୋଇ ୩୦୦ ଟଙ୍କାରେ କିଣିବେ ରାଜ୍ୟ ସରକାର।

ତେବେ ଘରୋଇ ହସ୍ପିଟାଲ ପାଇଁ ଡୋଜ୍ ପିଛା ୬୦୦ ଟଙ୍କା ଅପରିବର୍ତ୍ତିତ ରହିଥିବା ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.