Below header

ନବରଙ୍ଗପୁରର ଏକ ବିଦ୍ୟାଳୟ ଛାତ୍ରୀମାନଙ୍କ ଅଭିଯୋଗ: କେମେଷ୍ଟ୍ରୀ ସାର୍ ଆମକୁ ଦୁର୍ବ୍ୟବହାର କରୁଛନ୍ତି

ନବରଙ୍ଗପୁର(କେନ୍ୟୁଜ୍):  ଗୁରୁ ଶିଷ୍ଯର ପବିତ୍ର ସମ୍ପର୍କ ରେ ଲାଗିଲା ଦାଗ । ଶିକ୍ଷକଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଲେ ଛାତ୍ର ଛାତ୍ରୀ। ଅଭିଯୋଗଟି ଉଠିଛି ନବରଙ୍ଗପୁର ର୍ହିଲି ସ୍ଥିତ ଏକଲବ୍ଯ ଆଦର୍ଶ ବିଦ୍ୟାଳୟରେ। ବିଦ୍ୟାଳୟରେ କାର୍ଯ୍ଯରତ ରାସାୟନିକ ବିଜ୍ଞାନର ଅଧ୍ୟାପକ ଅମର କୁମାର ନାଥଙ୍କ ବିରୁଦ୍ଧରେ ଛାତ୍ରୀ ମାନେ ଲିଖିତ ଅଭିଯୋଗ କରିଛନ୍ତି ଯେ ଅମର ସାର ପ୍ରାୟତଃ ଝିଅ ମାନଙ୍କୁ ଅନେକ ସମୟରେ ଅଶ୍ଳୀଳ ଇଙ୍ଗିତ ଓ ଅସାଦଚରଣ କରି ଆସୁଛନ୍ତି। ଏ ନେଇ ପ୍ରିନ୍ସିପାଲଙ୍କୁ ଗତ ୮ ତାରିଖ ଦିନ ଅଭିଯୋଗ ମଧ୍ୟ କରିଛନ୍ତି।

ଅନ୍ଯପଟେ ଛାତ୍ର ମାନଙ୍କ ଅଭିଯୋଗ ହେଲା ଶିକ୍ଷକ ଜଣକ ବିଭିନ୍ନ ବାହାନାରେ କେବଳ ଛାତ୍ରୀ ମାନଙ୍କୁ ଲେବ୍ରଟରୀଙ୍କୁ ଡକାଉଛନ୍ତି। ଜିଲ୍ଲା ପ୍ରଶାସନ ନିକଟରେ ଆଜି ଏହି ଅଭିଯୋଗ ପହଂଚିବା ପରେ ଏକ ଟାସ୍କଫୋର୍ସ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ , ଶିଶୁ ସୁରକ୍ଷା ସମିତିର କର୍ମକର୍ତ୍ତା, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସମସ୍ତେ ମିଶି ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ତଦନ୍ତ ଜାରି ରହିଛି ,ତଦନ୍ତ ପରେ ନିଶ୍ଚିତ ଭାବେ ଆଇନ ଅନୁସାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଇ ଅଧିକାରୀ ମାନେ କହିଛନ୍ତି। ଅନ୍ଯପଟେ ଏଭଳି ଚରିତ୍ରହୀନ ଶିକ୍ଷକଙ୍କୁ ୨୪ ଘଣ୍ଟା ମଧ୍ୟରେ ଯଦି ଗିରଫ ନ କରାଯାଏ ତେବେ ଆଗାମୀ ଦିନରେ ଏହାକୁ ନେଇ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବହୁ ଆଦିବାସୀ ସଂଗଠନ ଚେତାବନୀ ଦେଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.