Below header

ବଦଳି ଶିକ୍ଷକଙ୍କୁ ବିଦାୟ ବେଳେ ଭାବବିହ୍ବଳ ପରିବେଶ, ସାରଙ୍କ ଗୋଡ଼ ଧରି କାନ୍ଦିଲେ ଛାତ୍ରଛାତ୍ରୀ

ବଦଳି ହୋଇଥିବା ବିଜ୍ଞାନ ଶିକ୍ଷକଙ୍କ ଶେଷ ଦିନରେ ସ୍କୁଲରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । କଟକ ଜିଲ୍ଲା ଖୁଣ୍ଟୁଣୀ ଘଣ୍ଟିଖାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଦୃଶ୍ୟ । ବିଜ୍ଞାନ ଶିକ୍ଷକ ସୁକାନ୍ତ ସାହୁଙ୍କର ଅନ୍ୟ ସ୍କୁଲକୁ ବଦଳି ହୋଇଛି ।

କଟକ(କେନ୍ୟୁଜ୍): ବଦଳି ଶିକ୍ଷକଙ୍କୁ ବିଦାୟ ବେଳେ ଭାବବିହ୍ବଳ ପରିବେଶ । କାନ୍ଦିଲେ, ଗଡ଼ିଲେ ଛାତ୍ରଛାତ୍ରୀ । ସାରଙ୍କ ଗୋଡ଼ ଧରି କାନ୍ଦିଲେ । ସାରଙ୍କ ଗାଡ଼ିକୁ ଛାଡିଲେନି କି ମଧ୍ୟାହ୍ନ ଭୋଜନ ଖାଇଲେନି ଛାତ୍ରଛାତ୍ରୀ । ବଦଳି ହୋଇଥିବା ବିଜ୍ଞାନ ଶିକ୍ଷକଙ୍କ ଶେଷ ଦିନରେ ସ୍କୁଲରେ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । କଟକ ଜିଲ୍ଲା ଖୁଣ୍ଟୁଣୀ ଘଣ୍ଟିଖାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଦୃଶ୍ୟ । ବିଜ୍ଞାନ ଶିକ୍ଷକ ସୁକାନ୍ତ ସାହୁଙ୍କର ଅନ୍ୟ ସ୍କୁଲକୁ ବଦଳି ହୋଇଛି ।

ଶନିବାର ଦିନ ସ୍କୁଲରୁ ରିଲିଭ ହେବା ବେଳେ ଏଭଳି ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କୁ ଛାଡ଼ିବାକୁ ନାରାଜ ଛାତ୍ରଛାତ୍ରୀ । ସାରଙ୍କ ବାଟ ଓଗାଳିଥିଲେ । ସେମାନଙ୍କର ଗୋଟିଏ ଜିଦ୍ ସାର ନଯାଆନ୍ତୁ । ବଦଳି ନିଷ୍ପତ୍ତି ପ୍ରତ୍ୟାହାର ହେଉ । ନହେଲେ ସେମାନେ ସୋମବାରଠୁ ପାଠ ପଢ଼ିବାକୁ ଆସିବେ ନାହିଁ । ୨୦୦୮ ମସିହାରୁ ଘଣ୍ଟିଖାଲ ନୋଡାଲ ଉପ୍ରା ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି ସୁକାନ୍ତ ସାର। ସେ ବିଜ୍ଞାନ ଓ ଗଣିତ ପଢ଼ାନ୍ତି । ୧୫ ବର୍ଷ ଧରି ଏହି ସ୍କୁଲରେ ରହିଥିଲେ ।

ଛାତ୍ରଛାତ୍ରୀଙ୍କର ଭାରି ପ୍ରିୟ ସାର ସୁକାନ୍ତ ସାହୁ । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏସମ୍ପର୍କରେ କଳିଙ୍ଗ ଟିଭି ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ଭିଡିଓ ଦେଖି ଶିକ୍ଷକଙ୍କ ପାଇଁ ସେ ଗୌରବ ଅନୁଭବ କରିଛନ୍ତି । ବିଇଓଙ୍କ ସହିତ ଯୋଗାଯୋଗ କରି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.