ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ମାମଲାରେ ବଡ ଖୁଲାସା, କୌଣସି ସୁଯୋଗ ହାତଛଡା କରୁନଥିଲେ ବ୍ରିଜଭୂଷଣ : ପୋଲିସ

ମହିଳା କୁସ୍ତିଯୋଦ୍ଧାଙ୍କୁ ସବୁବେଳେ ଯୌନ ନିର୍ଯାତନା ଦେବାକୁ ସୁଯୋଗ ଖୋଜୁଥିଲେ, ଯେତେବେଳେ ସୁଯୋଗ ପାଉଥିଲେ ସେମାନଙ୍କୁ ନିର୍ଯାତିତ କରୁଥିଲେ ବୋଲି ଆଜି ଦିଲ୍ଲୀ ପୋଲିସ କୋର୍ଟରେ କହିଛି ।

ପୂର୍ବତନ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗ କରିଛି ପୋଲିସ । ମହିଳା କୁସ୍ତିଯୋଦ୍ଧାଙ୍କୁ ସବୁବେଳେ ଯୌନ ନିର୍ଯାତନା ଅଭିଯୋଗ ମାମଲାର ଶୁଣାଣି କରିଛନ୍ତି କୋର୍ଟ । ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ସବୁବେଳେ ଯୌନ ନିର୍ଯାତନା ଦେବାକୁ ସୁଯୋଗ ଖୋଜୁଥିଲେ,ଯେତେବେଳେ ସୁଯୋଗ ପାଉଥିଲେ ସେମାନଙ୍କୁ ନିର୍ଯାତିତ କରୁଥିଲେ ବୋଲି ଆଜି ଦିଲ୍ଲୀ ପୋଲିସ କୋର୍ଟରେ କହିଛି ।

୬ ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜ ଭୂଷଣଙ୍କ ବିପକ୍ଷରେ କରିଥିବା ଯୌନ ଉତ୍ପୀଡନ ମାମଲାରେ ଚାର୍ଜସିଟ୍ ଦାଖଲ ହେବା ପରେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏ ଉପରେ ଶୁଣାଣି ହୋଇଥିଲା। ଦିଲ୍ଲୀ ପୋଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା ମଧ୍ୟ କୋର୍ଟରେ କୁହାଯାଇଛି ।

ଦିଲ୍ଲୀ ପୋଲିସ ଜଣେ ମହିଳା କୁସ୍ତିଯୋଦ୍ଧାଙ୍କ ବିଷୟରେ କହିଛି କି, ତାଜିକିସ୍ତାନର ଏକ ଏକ ଇଭେଣ୍ଟ ସମୟରେ ଜଣେ ମହିଳା କୁସ୍ତିଯୋଦ୍ଧାଙ୍କୁ ବ୍ରିଜ ଭୂଷଣ ଶରଣ ସିଂହ କୋଠରୀକୁ ଡାକି ଜବରଦସ୍ତ ଆଲିଙ୍ଗନ କରିଥିଲା। ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ ସେତେବେଳେ ବ୍ରିଜ ଭୂଷଣ ଜଣେ ବାପା ହିସାବରେ ଏପରି କରିଥିବା କହିଥିଲେ।

ଏହି ସମୟରେ ବ୍ରିଜ ଭୂଷଣ ଅନ୍ୟ ଜଣେ ମହିଳା କୁସ୍ତିଯୋଦ୍ଧାଙ୍କ ଡ୍ରେସକୁ ତାଙ୍କ ବିନା ଅନୁମତିରେ ଉପରକୁ କରିବା ସହ ତାଙ୍କ ପେଟକୁ ସ୍ପର୍ଶ କରିଥିବା ଅଭିଯୋଗ କରିଛନ୍ତି। ଏହିପରି ଶରଣ ସିଂହଙ୍କ ବିରୋଧରେ ତିନି ପ୍ରକାରର ପ୍ରମାଣ ଅଛି, ଯାହା ଚାର୍ଜ ଫ୍ରେମ କରିବା ପାଇଁ ଯଥେଷ୍ଟ ବୋଲି ପୋଲିସ କହିଛି ।

ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ସମ୍ବନ୍ଧିତ ଆଇପିସି ଧାରା ୩୫୪, ୩୫୪-ଏ ଓ ୩୫୪-ଡି ଏବଂ ବିନୋଦ ତୋମାରଙ୍କ ବିରୋଧରେ ଧାରା ୧୦୯, ୩୫୪, ୩୫୪-ଏ ଓ ୫୦୬ ଅନୁଯାୟୀ ମାମଲା ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.