Below header

ଯୋକଡ଼ିଆ ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଛାତ୍ରୀ ଡେଇଁବା ଘଟଣା: ମିଳିଲା ମୃତଦେହ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଯୋକଡ଼ିଆ ବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଛାତ୍ରୀ ନିଖୋଜ ହେବା ଘଟଣା। ସଦର ଥାନା ଅଧିନ ଜୟିପୁର ବ୍ରିଜ ନେଳିପୁର ନିକଟରୁ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ। ରସୁଲପୁର ଅଗ୍ନିଶମ ବାହିନୀ ମୃତଦେହକୁ ଜବତ କରି ସଦର ଥାନା ପୋଲିସକୁ କଲା ହସ୍ତାନ୍ତର। ମୃତ ଛାତ୍ରୀ ହେଲେ କୁଆଖିଆ ଥାନା ବାଉଁଶଅଣ୍ଟା ଗ୍ରାମର ବିଜୟ ପାଇକରାଏଙ୍କ ଝିଅ ତିଲୋତ୍ତମା ପାଇକରାଏ। ମାଟ୍ରିକ ପରୀକ୍ଷାରେ କମ ନମ୍ବର ରଖିଥିବାରୁ ଛାତ୍ରୀ ଜଣକ ନଦୀକୁ ଡେଇଁ ପଡିଥିବା ସୂଚନା ମିଳିଥିଲା।

ଗତକାଲି ତିଳୋତ୍ତମା ଯୋକଡ଼ିଆ ବ୍ରିଜ୍ ଉପରେ ସାଇକେଲ ଓ ଚପଲ ରଖି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ହେଁ ନିଖୋଜ ଛାତ୍ରୀଙ୍କ କୋୖଣସି ସନ୍ଧାନ ପାଇପାରିନଥିଲେ। ତେବେ ବର୍ଷା ଲାଗି ରହିବା ସହ ଖରସ୍ରୋତା ନଦୀରେ ପ୍ରଖର ସ୍ରୋତ ରହିଥିବା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ଯୋଗୁ ଦୀର୍ଘ ୩୬ଘଣ୍ଟା ପରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.