Below header

୨୫ ରାଜ୍ୟରେ ବର୍ଷା ବିତ୍ପାତ, ମହାରାଷ୍ଟ୍ର ଓ ଗୁଜରାଟରେ ଅନେକ ଜିଲ୍ଲରେ ବନ୍ୟା ସ୍ଥିତି

କେନ୍ୟୁଜ୍(ବ୍ୟୁରୋ):  ପ୍ରବଳ ବର୍ଷା ଆଣିଛି ବିତ୍ପାତ । ଦେଶର ବିଭିନ୍ନ ରାଜ୍ୟରେ ଉତ୍କଟ ସ୍ଥିତି । ଲଗାଣ ବର୍ଷା ଯୋଗୁ କେଉଁଠି ବନ୍ୟା ତ ଆଉ କେଉଁଠି ଭୂସ୍ଖଳନ । ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ କେରଳ ସମେତ ଦେଶର ୨୫ଟି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ବନ୍ୟା ଓ ଭୂସ୍ଖଳନରେ ୨୧୮ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ଗୁଜରାଟରେ ବର୍ଷା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୮ ଜଣଙ୍କ ଜୀବନ ଯାଇଛି । ପ୍ରବଳ ବର୍ଷା କାରଣରୁ ମହାରାଷ୍ଟ୍ରର ଥାନେ, ମୁମ୍ବାଇ ଓ ପାଲଘର ସମେତ ଅନେକ ସ୍ଥାନରେ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରହିଛି ।

ଚନ୍ଦ୍ରପୁରରେ ଭୟଙ୍କର ସ୍ଥିତି । ବନ୍ୟା ପାଣିରେ ଉବୁଟୁବୁ ହେଉଛି ଚନ୍ଦ୍ରପୁର । ଗୁଜରାଟରେ ନଡିଆରଏଫ ଓ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି । ସେହିପରି ଗୁଜରାଟରେ ୩ ନଦୀରେ ଜଳପତ୍ତନ ବୃଦ୍ଧି ପାଉଛି । ପୂର୍ଣ୍ଣ, କାବେରୀ ଓ ଅମ୍ବିକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପୂର୍ଣ୍ଣ ନଦୀରେ ବନ୍ୟା ଯୋଗୁ ୪୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଉଦ୍ଧାର କାର୍ଯ୍ୟରେ ହେଲିକପ୍‌ଟର ସାମିଲ ହୋଇଛି। ମଧ୍ୟ ପ୍ରଦେଶର ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟର ୧୬ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.