ସୁସ୍ମିତାଙ୍କ ପ୍ରେମରେ ଉବୁଟୁବୁ ଲଳିତ ମୋଦି, ଖବ ଶୀଘ୍ର ବାହା ହେବା ପାଇଁ ମନସ୍ଥ କରିଛନ୍ତି

କେନ୍ୟୁଜ୍(ବ୍ୟୁରୋ):  ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ବିଷୟରେ ବଡ ଖବର। କୁହାଯାଉଛି ଯେ ସେ ବ୍ୟବସାୟୀ ତଥା କ୍ରିକେଟ୍ ପ୍ରଶାସକ ଲଲିତ ମୋଦିଙ୍କୁ ଡେଟ କରୁଛନ୍ତି।

ଲଲିତ ମୋଦି ଲେଖିଛନ୍ତି, କ୍ଲାରିଟି ପାଇଁ  ମୁଁ ଆପଣଙ୍କୁ କହିବି ଯେ ଆମେ ପରସ୍ପରକୁ ଡେଟ କରୁଛୁ। ଏପର୍ଯ୍ୟନ୍ତ ବାହା ହୋଇନାହୁଁ। ହଁ, କିନ୍ତୁ ଶୀଘ୍ର ଏହା କରିପାରୁ। ଏହାପୂର୍ବରୁ ଲଲିତ ମୋଦୀ ସୁସ୍ମିତା ସେନଙ୍କ ସହ କିଛି ଥ୍ରୋବ୍ୟାକ୍ ଫଟୋ ସେୟାର କରିଥିଲେ ଏବଂ ଦୁହେଁ ବିବାହ କରିଥିବା ସୂଚନା ଦେଇଥିଲେ। ଏହି ପୋଷ୍ଟ ମାଧ୍ୟମରେ ଲଲିତ ଲେଖିଛନ୍ତି ଯେ  ସେ ବିଶ୍ୱସ୍ତରୀୟ ଭ୍ରମଣ କରିବା ପରେ ଲଣ୍ଡନକୁ ଫେରିଛନ୍ତି। ସେ ପରିବାର ସହିତ ମାଲଦ୍ୱୀପ ଏବଂ ସର୍ଦ୍ଦାରିଆ ଯାଇଥିଲେ। ସେ ସୁସ୍ମିତା ସେନଙ୍କୁ  ବେଟର ହାପ୍  ବୋଲି ବର୍ଣ୍ଣନା କରିଥିଲେ। ସେ ଏକ ନୂତନ ଜୀବନ ଏବଂ ଏକ ନୂତନ ଆରମ୍ଭ ପାଇଁ ବହୁତ ଉତ୍ସାହିତ ଦେଖାଯାଉଥିଲେ। ଫଟୋରୁ ଜଣା ପଡୁଥିଲା ଲଲିତ ମୋଦୀଙ୍କ  ଖୁସିର ସୀମା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.