ଭାରତର ପ୍ରଥମ ମଙ୍କିପକ୍‌ସ ଆକ୍ରାନ୍ତ, କେରଳର କୋଲମରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ପ୍ରଥମ ମଙ୍କିପକ୍‌ସ ସଂକ୍ରମଣ ଚିହ୍ନଟ। କେରଳର କୋଲମରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଂକ୍ରମିତ ବ୍ୟକ୍ତି ଜଣଙ୍କ ୟୁଏଇରୁ ଫେରିଥିଲେ। ଗତ ୧୨ ତାରିଖରେ ୟୁଏଇରୁ ଫେରି ତ୍ରିଭେନ୍ଦ୍ରମ୍‌ ଏୟାରପୋର୍ଟରେ ପହଞ୍ଚିଥିଲେ । ସଂକ୍ରମଣ ନେଇ ସ୍ପଷ୍ଟ କରିଛନ୍ତି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆଇସିଏମ୍‌ଆର ଗାଇଡ୍‌ଲାଇନ୍‌ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ସହ ମିଶିଥିବା ତାଙ୍କ ବାପା, ମାଆ, ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର ଏବଂ ଫ୍ଲାଇଟ୍‌ରେ ତାଙ୍କ ପାଖରେ ବସିଥିବା ୧୧ ଜଣଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ। ପ୍ରଥମ ମଙ୍କିପକ୍‌ସ ଚିହ୍ନଟ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ସେହି ଟିମ୍‌ ସଂକ୍ରମଣ ସମ୍ପର୍କରେ ଅନୁଧ୍ୟାନ ଏବଂ ଏହାର ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.