ମା ଓ ମା’ର ପ୍ରେମିକ ଦେଲେ ନିର୍ଯାତନା, ପୁଅ ଏବେ ଚାଇଲଡ୍‌ ଲାଇନ୍‌ ହେପାଜତରେ

ପୁରୀ(କେନ୍ୟୁଜ୍): : ଆଜି ପୁରୀ ସମୁଦ୍ର କୂଳରେ ଜଣେ ନାବାଳକକୁ ନିର୍ଯାତନା ଦିଆଯାଉଥିବା ବେଳେ ସେଠାରେ ଥିବା ଲୋକଙ୍କର ନଜର ପଡ଼ିଲା ତା ଉପରେ । ଜଣେ ପୁରୁଷ ଓ ଜଣେ ମହିଳା ପିଲାଟିକୁ ମାରପିଟ କରୁଥିଲେ । ଘଟଣା କଣ ଜାଣିବା ପାଇଁ ସମସ୍ତେ ଚେଷ୍ଟା କଲେ । ସେଇଠୁ ଜଣାପଡ଼ିଲା ପିଲାଟିକୁ ନିର୍ଯାତନା ଦେବା ପଛର କାହାଣୀ ।

ଏ ସାତ ଆଠ ବର୍ଷର ପୁଅଟି ବ୍ରହ୍ମପୁରରୁ ପୁରୀ ବୁଲି ଆସିଥିବା ଜଣେ ମହିଳାଙ୍କର । ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇ ଯାଇଛି । ତେବେ ଅନ୍ୟ ଜଣେ ପୁରୁଷ ସହିତ ସମ୍ପର୍କ ରଖି ପୁରୀ ପଳାଇ ଆସିଛନ୍ତି । ମହିଳା ଜଣକ ତାଙ୍କ ପୁଅ ଶ୍ରୀକାନ୍ତକୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ । କିନ୍ତୁ ଜନ୍ମ ଦେଇଥିବା ମା ଏବଂ ତାଙ୍କ ସହିତ ଆସିଥିବା ପୁରୁଷ ଜଣକ ପ୍ରାୟ ଚାରି ଦିନ ହେବ ପୁରୀରେ ରହି ନିରୀହ ନାବାଳକଟିକୁ ନିର୍ଯାତନା ଦେଇ ଆସୁଛନ୍ତି l କିଛି ସ୍ଥାନୀୟ ଲୋକେ ଏକଥା ଦେଖି ନାବାଳକ ଶ୍ରୀକାନ୍ତକୁ ଉଦ୍ଧାର କରିଥିଲେ l

ପରେ ଯୁବ ସମାଜସେବୀ ଜି. ବାପି ଓ ସେଠାରେ ଉପସ୍ଥିତ ଥିବା ଏ. ଆଦିତ୍ୟ ଓ ରାଜକିଶୋର ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ। ପରେ ଚାଇଲ୍ଡ ଲାଇନ୍‌ ସହ ଯୋଗାଯୋଗ କରିଥିଲେ । ଚାଇଲ୍ଡ ଲାଇନର କର୍ମଚାରୀ ଘଟଣା ସ୍ଥଳରେ ପହଂଚି ପିଲାର ମା ସହ କଥା ବାର୍ତ୍ତା ହୋଇଥିଲେ l ଶେଷରେ ସେହି ପିଲାକୁ ଉଦ୍ଧାର କରି ନିଜ ସହ ନେଇ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.