ପିକ୍‌ନିକ୍‌ ହେଲା କାଳ: ସାଙ୍ଗଙ୍କ ସହ ବୁଲିବାକୁ ଆସି ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ, ଅନ୍ୟ ୫ ଗୁରୁତର

ଛତ୍ରପୁର(କେନ୍ୟୁଜ୍): ପିକ୍‌ନିକ୍‌ ହେଲା କାଳ । ଏକ କାରରେ ସାଙ୍ଗଙ୍କ ସହ ବୁଲିବାକୁ ଆସି ଦୁର୍ଘଟଣାରେ ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ । ଅନ୍ୟ ୫ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଆସି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଗତକାଲି ସମସ୍ତେ ବୁଲିବାକୁ ଆସିଥିଲେ । ଆଜି ସକାଳୁ ଫେରୁଥିବା ବେଳେ ଗଞ୍ଜାମ ଥାନା ଅଗସ୍ତିନୁଆଁ ଗାଁ ଛକ ନିକଟ ଡିଭାଇଡରକୁ ପିଟି ହୋଇ ଏକ ଟ୍ରକକୁ ଧକା ଦେଇଥିଲା କାର ।

ଘଟଣାସ୍ଥଳରେ ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ ଗୁରୁତରଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ର ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ହୋଇଥିବା ଜଣାପଡିଛି । ଗଞ୍ଜାମ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.