Below header

ଛାତ୍ରୀଙ୍କୁ ଅସଦାଚରଣ ନେଇ ସ୍କୁଲରେ ଉତ୍ତେଜନା, ଶିକ୍ଷକଙ୍କୁ ତାଲା ପକାଇଲେ ଅଭିଭାବକ

ଯାଜପୁର (କେନ୍ୟୁଜ୍‌) : ଛାତ୍ରୀଙ୍କୁ ଅସଦାଚରଣ ନେଇ ସ୍କୁଲରେ ଉତ୍ତେଜନା । ଯାଜପୁର ଜିଲ୍ଲା ବ୍ରହ୍ମବରଦା ଫାଣ୍ଡି ଅଧିନ କୋଠିଢିହ ବୈଷ୍ଣବ ନାୟକ ବିଦ୍ୟାପୀଠରେ ଘଟିଛି ଘଟଣା । ଜଣେ ଅସ୍ଥାୟୀ ଶିକ୍ଷକ ଜୈନେକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ସ୍କୁଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅଭିଭାବକ ସ୍କୁଲରେ ପହଞ୍ଚି ପାଟିତୁଣ୍ଡ କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ସ୍କୁଲରେ ତାଲା ପକାଇ ଦେଇଥିଲେ । ବ୍ରହ୍ମବରଦା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଶିକ୍ଷକଙ୍କୁ ହେପାଜତକୁ ନେଇଛି । ପାଠ ପଢାରେ ତ୍ରୁଟି କରିଥିବାରୁ ସମ୍ପୃକ୍ତ ଶିକ୍ଷକ ଛାତ୍ରୀଙ୍କୁ ମାଡ ମାରିଥିବା କହିଛନ୍ତି ପ୍ରଧାନ ଶିକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.