ଆପଣଙ୍କର ମୋତି ପିନ୍ଧିବା ସଉକ କି, ତେବେ ଏସବୁ ଦିଗ ପ୍ରତି ନିହାତି ଦିଅନ୍ତୁ ନଜର

ବହୁତ ଲୋକ ବେକରେ ମୋତିର ହାର ପିନ୍ଧିବାକୁ ଖୁବ ପସନ୍ଦ କରିଥାନ୍ତି । କିଛି ଲୋକ ରୂପା ମୁଦିରେ ମୋତି ଲଗେଇ ବା ରୂପା କିମ୍ବା ସୁନାରେ ମୋତି ମାଳି ପ୍ରସ୍ତୁତ କରି ପିନ୍ଧିଥାନ୍ତି । ଜ୍ୟୋତିସ ଶାସ୍ତ୍ର ଅନୁଯାୟୀ ରୂପା କିମ୍ବା ମୋତିର ସମ୍ବନ୍ଧ ସିଧା ଚନ୍ଦ୍ର ଓ ଶୁକ୍ର ଗ୍ରହଙ୍କ ସହିତ ରହିଥାଏ । ଏହି ଦୁଇ ଗ୍ରହ ଶରୀରର ଜଳୀୟ ଅଂଶ ଓ ବାତ ପିତ ଆଦିକୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । କୁହାଯାଏ ଏହାକୁ ପିନ୍ଧିବା ଦ୍ୱାରା ମନ ଶାନ୍ତ ରହିବା ସହ ମୁଣ୍ଡ ମଧ୍ୟ ଥଣ୍ଡା ରହିଥାଏ । ଏହାସହ ରାଶିରେ ଥିବା ଚନ୍ଦ୍ର ଦୋଷକୁ ମଧ୍ୟ ଶାନ୍ତ କରାଯାଇପାରେ । ସମସ୍ତେ ତ ଏହାର ଭଲ ଦିଗ ଗୁଡିକ ଜାଣିଥାନ୍ତି କିନ୍ତୁ ଖୁବ କମ ଲୋକ ହୁଏତ ଏହାର କୁପରିଣାମ ବିଷୟରେ ଜାଣିଥିବେ । ତେବେ ଆସନ୍ତୁ ଏଗୁଡିକ ପ୍ରତି ଆଜି ଏକ ଦୃଷ୍ଟି ପକାଇବା ।

pearl

୧. ଅତ୍ୟଧିକ ସମ୍ବେଦନଶୀଳ ଲୋକ ବା କ୍ରୋଧୀ ଲୋକ ରୂପା କିମ୍ବା ମୋତି ପିନ୍ଧିବା ଉଚିତ ନୁହେଁ । ଏହା ତାଙ୍କ କ୍ରୋଧକୁ ବଢ଼ାଇଥାଏ ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି ।

୨. ଜ୍ୟୋତିଷଙ୍କ ଅନୁଯାୟୀ ଯଦି ଜାତକର ଦଶମ ବା ଦ୍ୱାଦଶ ଘରେ ଚନ୍ଦ୍ର ଥାଏ ତେବେ ଏହି ଧାତୁ ଧାରଣ କରିବା ଉଚିତ ନୁହେଁ ।

୩. ଆହୁରି ମଧ୍ୟ ବୃଷ, ମିଥୁନ, କନ୍ୟା, ମକର ଓ କୁମ୍ଭ ଲଗ୍ନ ଧାରୀ ଲୋକେ ଏହାକୁ ଧାରଣ କରିବା ଉଚିତ ନୁହେଁ ।

୪. ଯେଉଁ ମାନଙ୍କ ରାଶିରେ ଶୁକ୍ର, ବୁଦ୍ଧ, ଶନି ପରି ଗ୍ରହ ମାନେ ଅବସ୍ଥାନ କରୁଥିବେ । ସେମାନେ ମୋତି ଧାରଣ କରିବା ଉଚିତ ନୁହେଁ ।

pearl

୫. କୁହାଯାଏ କି ମୋତି ସହ ହୀରା, ପନ୍ନା, ନିଲାମ ଓ ଗୋମେଦ ପରି ପଥର ମାନ ଧାରଣ କରିବା କ୍ଷତିକାରକ ହୋଇଥାଏ । କିନ୍ତୁ ମୋତି ସହ ଆପଣ ହଳଦିଆ ପୋଖରାଜ ବା ମୁଙ୍ଗ ପରି ପଥର ଅବଶ୍ୟ ଧାରଣ କରିପାରିବେ ।

୬. ସାଧାରଣତଃ ମନ ଅଶାନ୍ତ ଥିଲେ ବା ଜାତକରେ ଚନ୍ଦ୍ର ଦୋଷ ଥିଲେ ମୋତି ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଯଦି ଆପଣଙ୍କ ପ୍ରକୃତି ମୂଳରୁ ହିଁ ଶୀତଳ | ତେବେ ଏହାକୁ ଧାରଣ କରିବା କ୍ଷତିକାରକ ହୋଇଥାଏ ।

୭. ମେଷ, ସିଂହ ଓ ଧନୁ ରାଶିର ବ୍ୟକ୍ତିମାନେ ରୂପା ଏତେଟା ଶୁଭ ଦାୟକ ହୋଇନଥାଏ ।

୮. ଶରୀରର ଜଳୀୟ ଅଂଶ ତଥା କଫର ଅବସ୍ଥାକୁ ଜାଣି ହିଁ ସେହି ଅନୁସାରେ ରୂପା ବା ମୋତି ଧାରଣ କରନ୍ତୁ । ଅନ୍ୟଥା ଏହା ଘୋର କ୍ଷତି କାରକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.