Below header

ଯାଜପୁର : ତିନି ଦିନ ହେଲା ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ୍‌) : ତିନି ଦିନ ହେଲା ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ଯାଜପୁର ଜିଲ୍ଲା ବିଞ୍ଝାରପୁର ରତଳାଙ୍ଗ ଗାଁର କବିତା ବରାଳ । ଗାଁ ନିକଟସ୍ଥ ଏକ ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୧୦ ତାରିଖରୁ କବିତା ନିଖୋଜ ଥିବା ପରିବାର ଲୋକେ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ସିମିଳିଆ ଗାଁର ଚୈତନ୍ୟ ବରାଳଙ୍କ ଝିଅ କବିତା ତିନି ବର୍ଷ ତଳେ ରତଳାଙ୍ଗ ଗାଁର ଲକ୍ଷ୍ମୀଧର ସାମଲଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୁ ଘର ଲୋକ ଅଧିକ ଯୌତୁକ ଦାବି କରୁଥିଲେ । କବିତାଙ୍କ ସ୍ୱାମୀ ଓ ଭାଉଜଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବାରୁ ଶାଶୁଘର ଲୋକେ କବିତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ । ନିର୍ଯ୍ୟାତନା ସହି ନପାରି କବିତା ଗତ ୧୦ ତାରିଖ ସନ୍ଧ୍ୟାରେ କେଉଁଆଡେ ଚାଲିଯାଇଥିଲେ । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ କବିତାଙ୍କ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.