Below header

କେନ୍ଦ୍ରାପଡା: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

କେନ୍ଦ୍ରାପଡା(କେନ୍ୟୁଜ୍): ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବାରଡ଼ିଆ ହାଇସ୍କୁଲରେ ଶିକ୍ଷକଙ୍କ ଅଭାବ ଥିବାରୁ ଧାରଣା ଦେଇଥିଲେ ଛାତ୍ରଛାତ୍ରୀ । ୮ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବାବେଳେ ଅଛନ୍ତି ମାତ୍ର ୩ଜଣ ଶିକ୍ଷକ । ଦୀର୍ଘ ୨ବର୍ଷ ହେଲା ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଡିଇଓ, ରାଜକନିକା ବିଇଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇଛି। ଫଳରେ ଗ୍ରାମବାସୀ ଧାରଣା ଦେଇଥିଲେ । ପରେ ଏବିଇଓ ପହଂଚି ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.