ଆଜି ପୁଣି ଖେଳାଯିବ ଅଧାରେ ଅଟକିଥିବା ମ୍ୟାଚ୍‌, ୫ ଓ୍ଵିକେଟ୍‌ ୨୧୧ ରନ୍‌ରୁ ଖେଳ ଆରମ୍ଭ କରିବ ନ୍ୟୁଜିଲାଣ୍ଡ

ମଞ୍ଚେଷ୍ଟର: ବର୍ଷା ପାଇଁ ଅଧାରେ ଅଟକିଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌ ଆଜି ପୁଣି ଖେଳାଯିବ । ମଞ୍ଚେଷ୍ଟରର ଓଲ୍‌ଡ ଟ୍ରାଫର୍ଡରେ ଅପରାହ୍ନ ୩ଟାରୁ ଖେଳାଯିବ ମ୍ୟାଚ୍‌ । ଗତକାଲି ନ୍ୟୁଜିଲାଣ୍ଡ ଇନିଂସ୍‌ର ୪୬.୧ ଓଭରରେ ବର୍ଷା ହେବା କାରଣରୁ ମ୍ୟାଚ୍‌କୁ ଅଧାରୁ ଅଟକା ଯାଇଥିଲା । ଶେଷ ସମୟ ଖେଳ ସୁଧା ନ୍ୟୁଜିଲାଣ୍ଡ ୫ ୱିକେଟ୍‌ ହରାଇ ୨୧୧ ରନ୍‌ ସଂଗ୍ରହ କରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ରସ୍‌ ଟେଲର୍‌ ୬୭ ରନ୍‌ରେ ଖେଳୁଥିବା ବେଳେ ଟମ୍‌ ଲଥାମ୍‌ ୩ ରନ୍‌ରେ ବ୍ୟାଟିଂ କରୁଛନ୍ତି । ଆଜି ଅଟକିଥିବା ୨୧୧ ରନରୁ ଖେଳ ଆରମ୍ଭ କରିବ ନ୍ୟୁଜିଲାଣ୍ଡ ଟିମ୍‌ । ଆଇସିସି ଉଭୟ ସେମି ଫାଇନାଲ ଓ ଫାଇନାଲ ପାଇଁ ରିଜର୍ଭ ଡେ ରଖିଛି । ରିଜର୍ଭ ଡେରେ ଖେଳ ହୋଇ ନ ପାରିଲେ, ଲିଗ୍‌ ପର୍ଯ୍ୟାୟରେ ଅଧିକ ପଏଣ୍ଟ ପାଇଥିବା ଦଳ ଫାଇନାଲକୁ ଉନ୍ନିତ ହେବ । ଯାହା ଭାରତ ସପକ୍ଷରେ ରହିଛି । କାରଣ ଲିଗ୍‌ ପର୍ଯ୍ୟାୟର ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ଥିଲା ଭାରତ । ଚତୁର୍ଥ ସ୍ଥାନରେ ଥିଲା ନ୍ୟୁଜିଲାଣ୍ଡ ।

newzମଞ୍ଚେଷ୍ଟରର ଓଲ୍‌ଡ ଟ୍ରାଫର୍ଡରେ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ । ପ୍ରଥମରୁ ନ୍ୟୁଜିଲାଣ୍ଡ ବ୍ୟାଟସ୍‌ମ୍ୟାନ୍‌ଙ୍କ ଉପରେ ପ୍ରଭାବ ପକାଇଥିଲେ ଭାରତୀୟ ବୋଲର । ତୃତୀୟ ଓଭରରେ ଓପର ଗୁପ୍‌ଟିଲ୍‌ଙ୍କୁ ମାତ୍ର ଏକ ରନ୍‌ରେ ପ୍ୟାଭିଲିୟନ୍‌ ପଠାଇଥିଲେ ବୁମ୍‌ରାହ । ପ୍ରଥମ ୧୦ ଓଭରରେ ନ୍ୟୁଜିଲାଣ୍ଡ ମାତ୍ର ୨୭ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମ୍‌ରାହ, ଚହଲ ଓ ଜାଡେଜାଙ୍କ ପ୍ରଭାବୀ ବୋଲିଂ ଦେଖିବାକୁ ମିଳିଥିଲା । ଅଧିନାୟକ ଓ୍ଵିଲୟମ୍‌ସନ୍‌ ଓ ରସ୍‌ ଟେଲର କିଛି ସମୟ ପାଳି ସମ୍ଭାଳିଥିଲେ । ହେଲେ ଓ୍ଵିଲିୟମ୍‌ସନ୍‌ ୬୭ ରନ୍‌ ଚହଲଙ୍କ ଶିକାର ହୋଇଥିଲେ । ଭାରତ ପକ୍ଷରୁ ପ୍ରଭାବୀ ବୋଲିଂ କରାଯାଇଥିଲେ ମଧ୍ୟ ଫିଲ୍‌ଡିରେ ସେପରି ପ୍ରଭାବ ଦେଖିବାକୁ ମିଳିନଥିଲା । ଆଜି ମ୍ୟାଚ୍‌ ବିଜୟୀ ହେଲେ ଟିମ୍‌ ଇଣ୍ଡିଆ ଫାଇନାଲକୁ ଟିକେଟ ପକ୍କା କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.