Below header

ଆଜି ନନ୍ଦିଘୋଷ ରଥର ଦକ୍ଷିଣମୋଡ ହେବାପରେ ଆରମ୍ଭ ହେବ ସାଧାରଣ ଦର୍ଶନ

ପୁରୀ(କେନ୍ୟୁଜ୍) : ନବଦିନାତ୍ନକ ଯାତ୍ରାରେ ଥିବା ମହାପ୍ରଭୁଙ୍କ ରଥର ଦକ୍ଷିଣ ମୋଡ଼ ଆରମ୍ଭ ହୋଇଛି। ଗତକାଲି ସପ୍ତମୀ ତିଥିରେ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି। ପାରମ୍ପରିକ ରୀତିନୀତିରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତାଳଧ୍ୱଜ ଓ ଦର୍ପଦଳନକୁ ନାକଚଣା ଦ୍ୱାର ନିକଟକୁ ନିଆଯାଇଥିଲା। ଆଜି ସକାଳେ ନନ୍ଦିଘୋଷ ରଥର ଦକ୍ଷିଣମୋଡ କରାଯିବ। ସକାଳୁ ମହାପ୍ରଭୁଙ୍କର ସମସ୍ତ ଦୈନନ୍ଦିନ ନୀତି ଶେଷ ହେବା ସହ ସକାଳ ଧୂପ ପରେ ଆସିଥିଲା ଆଜ୍ଞାମାଳ। ପୂଜାପଣ୍ଡାମାନେ ଆଜ୍ଞାମାଳ ଆଣି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଦେବା ପରେ ରଥର ଦକ୍ଷିଣମୋଡ଼ ହୋଇଥିଲା। ପରମ୍ପରା ମୁତାବକ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦକ୍ଷିଣମୋଡ ହୋଇଥିଲା। ପରେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଦକ୍ଷିଣମୋଡ କରାଯାଇଥିଲା। ମହାପ୍ରଭୂଙ୍କ ରଥ ଦକ୍ଷିଣମୋଡ ନେବା ପରେ ଆଜି ସାଧାରଣ ଦର୍ଶନ ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.