Below header

ନୂଆପଡ଼ା: ମିଶନ ଇଭାନଜେଲିକାଲ୍‌ ହସ୍‌ପିଟାଲ ନାଁରେ ଅଭିଯୋଗ, ଦୁର୍ଘଟଣାଗ୍ରସ୍ତ ପୁଅର ଚିକିତ୍ସାରେ ଅବହେଳା ପାଇଁ ଦେଲେ ଏତଲା

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ତିଖାଲି ଗାଁର ଭୋଳାନାଥ ବେହେରାଙ୍କ ୧୪ ବର୍ଷର ପୁଅ ସନାତନ ସ୍କୁଲରୁ ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ପରେ ତାଙ୍କୁ ଖଡ଼ିଆଳ ମିଶନ ଇଭାନଜେଲିକାଲ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଜଙ୍ଘରେ ଗଭୀର ଆଘାତ ଲାଗିଥିବାରୁ ଅସ୍ତ୍ରୋପଚାର ହୋଇଥିଲା । ଦୁଇମାସ ମେଡିକାଲରେ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନ୍ୟ ହସ୍ପିଟାଲକୁ ରେଫର କରିଥିଲେ ମିଶନ ହସ୍ପିଟାଲ କର୍ତ୍ତୃପକ୍ଷ । ଫଳରେ ପରିବାର ଲୋକ ଏଥିରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଥାନା ଏବଂ ଜିଲ୍ଲାପାଳଙ୍କ ନିକଟରେ ଚିକିତ୍ସା ଅବହେଳା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଏଥି ସହିତ ତାଙ୍କ ପୁଅର ଆବଶ୍ୟକ ଚିକିତ୍ସା କରିବା ପାଇଁ ଦାବି କରିଛନ୍ତି।

ଅଧିକ ଚିକିତ୍ସା ପାଇଁ ପରିବାରର ଆର୍ଥିକ ସମ୍ବଳ ନଥିବାରୁ ସନାତନଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହେବାରେ ଲାଗିଛି । ଏପରିକି ପୁଅକୁ ଚିକିତ୍ସା ପାଇଁ ବିଶାଖାପାଟଣା ନେଇଥିଲେ । ଆବଶ୍ୟକ ଟଙ୍କା ଯୋଗାଡ଼ ହୋଇନପାରିବାରୁ ଫେରିଆସିଛନ୍ତି । ଏ ପରିସ୍ଥିତିରେ ଖଡ଼ିଆଳ ଭଗତ ସିଂହ ମୋର୍ଚ୍ଚାର କର୍ମକର୍ତ୍ତା ସନାତନଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇବା ସହ ମିଶନ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଚିକିତ୍ସାରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମିଶନ ହସ୍ପିଟାଲର ନିର୍ଦ୍ଦେଶିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.