Below header

ରାୟଗଡ଼ା: ଦୁର୍ଦ୍ଦଶାରେ ବାଫଲାମାଳି ଖଣି ଅଞ୍ଚଳ ବାସିନ୍ଦା, ପ୍ରଶାସନ ପକ୍ଷରୁ ମାସକୁ ମିଳୁଛି ମାତ୍ର ୨୩ଶହ ଟଙ୍କା

ଏ ହେଉଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପାଇକକୁପାଖାଳ ଗାଁ । ଗାଁକୁ ଲାଗି ରହିଛି ବାଫଲାମାଳି ଖଣି । ଖଣି ଯୋଗୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଏଠାକାର ଲୋକେ । ଖଣି ଉତ୍ତୋଳନ କରି କମ୍ପାନୀ କୋଟି କୋଟି ଟଙ୍କା ରୋଜଗାର ତ କରୁଛି, ହେଲେ ଭୁଲି ଯାଇଛି ଲୋକଙ୍କ ମୌଳିକ ସୁବିଧା । ବର୍ଷା ଦିନରେ ଖଣି ଅଞ୍ଚଳରୁ ପାଣି ବିଲରେ ପଶି ବାଲିଚର ହୋଇଯାଉଛି । ଅଭିଯୋଗ କଲେ କେବଳ ଉପର ଠାଉରିଆ ଭାବେ ୨୭୨ଟି ପରିବାରକୁ ମାସିକ ୨୩ଶହ ଟଙ୍କା ଦେଇ କାମ ସାରିଦେଇଛିି ପ୍ରଶାସନ ।

ଖାଲି ଏତିିକି ନୁହେଁ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କୌଣସି ସୁବିଧା ନାହିଁ ଗାଁରେ । ଗାଁକୁ ଏଯାଏ ପକ୍କା ରାସ୍ତାଟିଏ ହୋଇ ପାରିନି । ପିଇବା ପାଇଁ ବିଶୁଦ୍ଧ ପାଣି ମୁନ୍ଦାଏ ମିଳୁନି । ଏବେ ବି ଭଙ୍ଗା ଦଦରା ଘରେ ପିଲା ପାଠ ପଡୁଛନ୍ତି । ଏନେଇ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ତଥାପି ସମସ୍ୟା ପ୍ରତି ଗୁରୁତ୍ୱ ଦିଆ ଯାଉନି । ଅନ୍ୟପଟେ ଲୋକଙ୍କ ସମସ୍ତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ରାୟଗଡ଼ା ଉପ ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.