ସମ୍ବଲପୁର ବିଶ୍ୱବିଦ୍ୟାଳୟ : ଅନ୍‌ଲାଇନ୍‌ ପରୀକ୍ଷା ଦାବିକରି ଛାତ୍ରଛାତ୍ରୀଙ୍କ ଭଙ୍ଗାରୁଜା, ପୋଲିସର ଲାଠି ଚାଳନା

ସମ୍ବଲପୁର :  ଯୁକ୍ତ ୩ ସେମିଷ୍ଟାର ପରୀକ୍ଷା କର ଅନ୍‌ଲାଇନ୍‌ । ଏପରି ଦାବି କରିଛନ୍ତି ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଅନ୍‌ଲାଇନ୍‌ କରିବାକୁ ଛାତ୍ରଛାତ୍ରୀ ଦାବି କରିବା ସହ ଆନ୍ଦୋଳନ କରିଥିଲେ । କୁଳପତିଙ୍କ ଅଫିସରେ ଧଶେଇ ପଶିବା ସହ ଭଙ୍ଗାରୁଜା କରିଛନ୍ତି । ଫଳରେ ପୋଲିସ ଲାଠି ଚାଳନା କରିଛି । ବିଦ୍ୟାଳୟ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି । ବିଦ୍ୟାଳୟ ପରିସର ଅଶାନ୍ତ ରହିଛି ।

ମିଳିଥିବା ସୂଚନା ମୁତାବକ, ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ସହ କୁଳପତିଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏତଲା ରୁଜୁ କରାଯାଇଛି। ଏତଲା ପାଇ ପୁଲିସ ୪ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଅନଲାଇନ ପରୀକ୍ଷା ଦାବିରେ ବରଗଡ଼ ଜିଲ୍ଲାର ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀ ଆସିଥିଲେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.