ହାତ କଟିଗଲେ କିମ୍ବା ଖଣ୍ଡିଆ ଖାବରା ହେଲେ ରକ୍ତ ପ୍ରବାହ ରୋକିବା ପାଇଁ ଆପଣାନ୍ତୁ ଏହି ୩ ଘରୋଇ ଉପାୟ

ଯେତେବେଳେ ଆମ ହାତ କଟିଯାଏ କିମ୍ବା ଆମେ ଖଣ୍ଡିଆ ଖାବରା ହୋଇଯାଉ, ତ ବହୁତ ଲୋକ ଆମକୁ ଉକ୍ତ ଖଣ୍ଡିଆ ସ୍ଥାନରେ ରକ୍ତ ପ୍ରବାହ ବନ୍ଦ ହେବା ପାଇଁ ପଟି ବାନ୍ଧିବାକୁ ପରାମର୍ଶ ଦେଇଥାଆନ୍ତି। ନଚେତ୍‌ କିଛି ସମୟ ଖଣ୍ଡିଆ ଜାଗାକୁ ପାଣି ଭିତରେ ବୁଡ଼ାଇ ରଖିବାକୁ କୁହନ୍ତି। କିନ୍ତୁ ଏମିତି ସ୍ଥିତିରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମେ ଡରି ଯିବାନି କି ବ୍ୟସ୍ତ ହୋଇପଡ଼ିବାନି।

ହାଲୁକା ଆଘାତ ଲାଗିଲେ ଯଦି ରକ୍ତ ବାହାରୁଛି, ତା’ହେଲେ ଆପଣ ଏହାକୁ ସହଜରେ ରୋକିପାରିବେ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ, ଯାହାକୁ ଆପଣାଇ ଆପଣ ମାତ୍ର ଗୋଟିଏ ମିନିଟ୍‌ ଭିତରେ ରକ୍ତ ପ୍ରବାହକୁ ରୋକି ପାରିବେ। କିନ୍ତୁ ମନେ ରଖିବେ, ଯଦି ଶକ୍ତ ଆଘାତ ଲାଗିଛି ଏବଂ ଅଧିକ ମାତ୍ରାରେ ରକ୍ତ ବୋହୁଛି, ତେବେ ତୁରନ୍ତ ଡାକ୍ତରଙ୍କ ପାଖରେ ପହଞ୍ଚିବେ।

ରକ୍ତ ପ୍ରବାହ ବନ୍ଦ ହେବାର ୩ ଘରୋଇ ଉପାୟ

-ଯଦି ଆଘାତ ଲାଗି ଅଧିକ ମାତ୍ରାରେ ରକ୍ତ ପ୍ରବାହିତ ହେଉଛି, ତା’ହେଲେ କଫି ପାଉଡର ବ୍ୟବହାର କରିବା ବହୁତ ଲାଭଦାୟକ ହେବ। ଏଥିରେ ଏଷ୍ଟ୍ରିଜେଣ୍ଟ ଭଳି ଗୁଣ ଭରି ରହିଛି, ଯାହାକି ଘା’କୁ ଜଲ୍‌ଦି ଭରିବାରେ ସହାୟକ ହୋଇଥାଏ।

-ଥଣ୍ଡା ପାଣିରେ ଟି-ବ୍ୟାଗ୍‌ ବୁଡ଼ାଇ ରଖନ୍ତୁ। ଏହାପରେ ଏହାକୁ ଘା’ ଉପରେ ହାଲୁକା ଭାବେ ଦବାନ୍ତୁ। ଏହାଦ୍ୱାରା ରକ୍ତ ବାହାରିବା ତୁରନ୍ତ ବନ୍ଦ ହୋଇଯିବ।

-କୌଣସି ଖଣ୍ଡିଆ ଜାଗାରେ ଟୁଥ୍‌ପେଷ୍ଟ ଲଗାଇବା ଦ୍ୱାରା ବି ରକ୍ତ ବୋହିବା ତୁରନ୍ତ ବନ୍ଦ ହୋଇଯିବ। ଏପରିକି, ଖଣ୍ଡିଆ ହୋଇଥିବା ଜାଗା ବହୁତ ଜଲ୍‌ଦି ଭରିଯିବ।

Leave A Reply

Your email address will not be published.