Below header

ସବୁ ସ୍କୁଲରେ ଝୁଲୁଛି ତାଲା ! ପାଠ ପଢିନପାରି, ଖେଳି ବୁଲି ଘରକୁ ଚାଲିଯାଉଛନ୍ତି ପିଲା

ସ୍କୁଲ ଗେଟରେ ଝୁଲୁଛି ତାଲା । ପିଲା ଆସୁଛନ୍ତି ହେଲେ ସ୍କୁଲ ଗେଟରେ ତାଲା ପଡିଥିବାର ଦେଖି ଘରକୁ ଫେରୁଛନ୍ତି। ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍କୁଲର ଦୃଶ୍ୟ ।

ଚାନ୍ଦବାଲି (କେନ୍ୟୁଜ): ସ୍କୁଲ ଗେଟରେ ଝୁଲୁଛି ତାଲା । ପିଲା ଆସୁଛନ୍ତି ହେଲେ ସ୍କୁଲ ଗେଟରେ ତାଲା ପଡିଥିବାର ଦେଖି ଘରକୁ ଫେରୁଛନ୍ତି । ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିଭିନ୍ନ ସ୍କୁଲର ଦୃଶ୍ୟ। ପ୍ରାଥମିକ ଶିକ୍ଷକ ସଂଘର ତିନି ଦଫା ଦାବି ନେଇ ଶିକ୍ଷକ,ଶିକ୍ଷୟତ୍ରୀମାନେ ଗଣଧାରଣା ଦେଇଛନ୍ତି । ଯାହା ଫଳରେ ଗାଁ ଗାଁରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ମାନଙ୍କରେ ଝୁଲୁଛି ତାଲା । ଏହାର ପ୍ରଭାବ ସିଧାସଳଖ ପଡିବାରେ ଲାଗିଛି ଛାତ୍ର ଛାତ୍ରୀଙ୍କ ଉପରେ ।

ତିନି ଦିନ ହେଲା ଛାତ୍ରଛାତ୍ରୀ ମାନେ ସ୍କୁଲ ଆସୁଛନ୍ତି ହେଲେ ସ୍କୁଲ ଗେଟରେ ତାଲା ଝୁଲୁଥୁବାରୁ ପାଠ ପଢିନପାରି ଘରକୁ ଫେରୁଛନ୍ତି । ସ୍କୁଲ ଖୋଲାନହେବାରୁ ପିଲାମାନେ ଗାଁରେ ବୁଲି ଦିନ କଟାଉଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ପିଲା ମାନଙ୍କ ପାଠ ପଢା ଠପ୍ ହୋଇଥିବାରୁ ଅଭିଭାବକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଚାନ୍ଦବାଲି ବ୍ଲକରେ ଗତ ଆଠ ତାରିଖ ଠାରୁ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଗଣଧାରଣା ଜାରି ରହିଛି । ଗତ ତିନି ଦିନ ହେଲା ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ସମୂହ ଛୁଟିରେ ଅଛନ୍ତି। ପ୍ରାଥମିକ ଶିକ୍ଷକ ସଂଘର ଗଣଧାରଣା ଜାରି ରହିଥିବାରୁ ବ୍ଲକର ୨୪୫ ଗୋଟି ସ୍କୁଲରେ ପାଠ ପଢା ନହୋଇ ବନ୍ଦ ଅଛି । ୯ଶହରୁ ଅଧିକ ଶିକ୍ଷକ , ଶିକ୍ଷୟତ୍ରୀ ଗଣ ଧାରଣାରେ ସାମିଲ ହୋଇଛନ୍ତି ।

ସ୍କୁଲ ବନ୍ଦ ଥିବାରୁ ବ୍ଲକର ପାଖାପାଖି ୧୬ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠ ପଢା ଠପ୍ ହୋଇଯାଇଛି । ତେବେ ସରକାର ଯେପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନକରିଛନ୍ତି ଏମିତି ଗଣଧାରଣା ଚାଲିବ ବୋଲି ଧାରଣାରେ ସାମିଲ ହୋଇଥିବା ଶିକ୍ଷକ ପ୍ରକାଶ କରିଛନ୍ତି । ଅନ୍ୟପଟେ ଯେଉଁ ସବୁ ସ୍କୁଲ ବନ୍ଦ ଅଛି ସେଠି କେମିତି ପିଲା ପାଠ ପଢିବେ ବୋଲି ପଚାରିବାରୁ ବ୍ଲକରେ କାର୍ଯ୍ୟରତ ଏବିଓ କହିଛନ୍ତି କିଛି ବ୍ୟବସ୍ଥା ହୋଇନି ସରକାର ଯାହା ନିଷ୍ପତି ନେବେ । ତେବେ ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ତୁରନ୍ତ ସରକାର ଏ ସମସ୍ୟାର ସମାଧାନ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.