ମା’ ହେଲେ ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବି, ଶିଶୁପୁତ୍ରକୁ ଦେଲେ ଜନ୍ମ

ଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ଟିନା ଡାବି ମା’ ହୋଇଛନ୍ତି। ସେ ଜୟପୁରର ଏକ ଡାକ୍ତରଖାନାରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଶିଶୁପୁତ୍ରର ଜନ୍ମ ପରେ ଟିନା ଡାବି ଓ ତାଙ୍କ ସ୍ୱାମୀ ଆଇଏଏସ୍‌ ପ୍ରଦୀପ ଗୱାଣ୍ଡେଙ୍କୁ ବହୁ ସଂଖ୍ୟାରେ ସେମାନଙ୍କ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇଛନ୍ତି।

ଗତବର୍ଷ ଜୁଲାଇରେ ଟିନା ଡାବି ଜୈସଲମେର୍‌ର କଲେକ୍ଟର ହୋଇଥିଲେ, କିନ୍ତୁ ଗତ କିଛି ମାସ ହେବ ସେ ମାତୃତ୍ୱ ଛୁଟିରେ ଥିଲେ।

୨୦୨୨ରେ ଜୟପୁରରେ ଟିନା ଡାବି ଓ ପ୍ରଦୀପ ଗୱାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁହିଁଙ୍କ ବିବାହ ଜୟପୁରର ଏକ ପଞ୍ଚ ତାରକା ହୋଟେଲରେ ହୋଇଥିଲା। ପ୍ରଦୀପ ଗୱାଣ୍ଡେ ହେଉଛନ୍ତି ମରାଠୀ।

କହି ରଖୁଛୁ, ଟିନା ଡାବି ୨୦୧୫ରେ UPSC ପରୀକ୍ଷାରେ ଟପ୍‌ କରିବା ପରେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଟିନା ଆଇଏଏସ୍ ଅତହର ଆମିର ଖାନଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ଦୁଇ ବର୍ଷ ପରେ ହିଁ ଦୁହିଁଙ୍କ ଛାଡପତ୍ର ହୋଇଥିଲା।

ସେପଟେ ଅତହରଙ୍କ ପରିବାର ଜମ୍ମୁ-କାଶ୍ମୀରରେ ରୁହନ୍ତି। ସେ ୨୦୧୫ରେ UPSC ପରୀକ୍ଷାରେ ଦ୍ୱିତୀୟ ର‍୍ୟାଙ୍କ୍‌ ହାସଲ କରିଥିଲେ। ଟିନାଙ୍କଠାରୁ ଛାଡପତ୍ର ପରେ ଅତହର ୨୦୨୨ ଅକ୍ଟୋବର ୧ରେ ଡାକ୍ତର ମହରିନ୍‌ କାଜିଙ୍କୁ ବିବାହ କରିଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.