ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ : ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା । ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପଟରୁ ୧୬ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍‌ ଖୋଲାଯାଇଛି।

ସମ୍ବଲପୁର (କେନ୍ୟୁଜ): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ହୀରାକୁଦ ଖୋଲିଛି ଗେଟ୍ । ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଲା । ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପଟରୁ ୧୬ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍‌ ଖୋଲାଯାଇଛି। ହୀରାକୁଦର ୨୬ ଗେଟ ଖୋଲିବା ପରେ ସମ୍ବଲପୁର ସହରକୁ ପଛୁଆ ପାଣି ପ୍ରବେଶ କରିବାର ଆଶଙ୍କା ଘାରିଲାଣି।

ଗତକାଲି ସୁଦ୍ଧା ଉପରମୁଣ୍ଡରେ ହାରାହାରି ୭୩ ମିମି ବର୍ଷା ରେକର୍ଡ ହୋଇଥିଲା। ଫଳରେ ଏହା ବର୍ତ୍ତମାନ ହୀରାକୁଦକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି। ଜଳସ୍ତର ୬୨୭.୯୫ ଫୁଟ ରେ ପହଞ୍ଚିଥିବା ବେଳେ ୩ ଲକ୍ଷ ୮୯ ହଜାର ୧୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.