ଆଗ୍ରା-ଦିଲ୍ଲୀ ହାଇୱେରେ ଭୟଙ୍କର ଦୁର୍ଘଟଣା: ୪ ମୃତ, ୨ ଜଣ ଆହତ

ଆଗ୍ରା-ଦିଲ୍ଲୀ ହାଇୱେରେ ଶୁକ୍ରବାର ମଧ୍ୟ ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଗାଡିରେ ଥିବା ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆଗ୍ରା-ଦିଲ୍ଲୀ ହାଇୱେରେ ଶୁକ୍ରବାର ମଧ୍ୟ ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଗାଡିରେ ଥିବା ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଜେଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇଥିଲା । ଢାବାକୁ ଖାଇବା ପାଇଁ ଯାଉଥିବା ଟ୍ରକ୍‌ ଡ୍ରାଇଭରକୁ ଧକ୍କା ଦେଇ ରାସ୍ତା କଡରେ ଥିବା ଅନ୍ୟ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଯାହ ଫଳରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା ।

ସୂଚନା ମୁତାବକ, ଏହି ଘଟଣା ପ୍ରାୟ ରାତି ୨ଟାରେ ଚୌଧୁରୀ ଡାବା ପାଖାପାଖି ହୋଇଛି । ତେବେ ଅଲିବାଗରୁ କାର ଡ୍ରାଇଭର ୫ ଜଣ ସାଙ୍ଗଙ୍କ ସହ କୋକିଲାବନକୁ ଶନିଦେବଙ୍କ ଦର୍ଶନ କରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ୍‌ ଡ୍ରାଇଭର ଜଣକ ବିହାରର ଛପରା ଜିଲ୍ଲାର ସୋନୋହ ଗ୍ରାମର ବାସ କରୁଥିବା ଅଜିତ କୁମାର ରାସ୍ତା କଡରେ ଟ୍ରକ୍‌ ରଖି ଖାଇବା ପାଇଁ ଯାଇଥିବା ସମୟରେ କାରଟି ନିୟନ୍ତ୍ରଣ ହରାଇ ଟ୍ରକ୍‌କୁ ଧକ୍କା ଦେଇଥିଲା ।

ଯାହା ଫଳରେ ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଅଜିତ କୁମାରଙ୍କ ସହ କାର ଥିବା ନିଭିଦ ବନସଲ, ଆଲୋକ ଦିନଲ ଏବଂ ଆକାଶଙ୍କ ମୃତ୍ୟୁ ହୋଇଛି । ଏହାସହ କାର ଡ୍ରାଇଭର କମଲ ଭର୍ମା ଏବଂ ବିଶାଲ ଭର୍ମା ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.