Below header

ମିଳିଲା ଆଶ୍ୱସ୍ତି: ବିଧବା ବୃଦ୍ଧା ଦୟାମଣିଙ୍କ ସପକ୍ଷରେ ରାୟ ଦେଲେ ଉପଜିଲ୍ଲାପାଳ

ନବରଙ୍ଗପୁର(କେନ୍ୟୁଜ): ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଆଇନ, ଜଣେ ଅସହାୟ ବୃଦ୍ଧାଙ୍କ ଲୁହ ପୋଛି ପାରିଛି । ଜମିଜମା ମାମଲାରେ ଛନ୍ଦି ହୋଇ ପଡ଼ିଥିବା ନବରଙ୍ଗପୁର ଚାମୁରିୟାଗୁଡ଼ା ଅଞ୍ଚଳର ବିଧବା ବୃଦ୍ଧା ଦୟାମଣି ହରିଜନଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ଉପଜିଲ୍ଲାପାଳ ।

ଦୟାମଣିଙ୍କ ପୈତୃକ ସମ୍ପତ୍ତିରେ ତାଙ୍କର ଅଧିକାର ଅଛି ଓ ସେ ରହୁଥିବା ଜାଗାରେ ତାଙ୍କ ନାଁରେ ଆବାସ ଯୋଜନାରେ ଘର ନିର୍ମାଣ ହେବ । ତାସହ ତାଙ୍କ ଝିଅ ଜ୍ୱାଇଁ ଆସି ତାଙ୍କ ସେବା ଶୁଶ୍ରୁଷା କରି ପାରିବେ ବୋଲି ବି କହିଛନ୍ତି । ରାୟକୁ ନେଇ ଦୟାମଣି ଖୁସି ପ୍ରକାଶ କରିବା ସହ ଉପଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ପୈତୃକ ଜାଗା ଉପରେ ସେ ଆବାସ ଘର କରିପାରିବେ ନାହିଁ ବୋଲି, ତାଙ୍କ ପୁତୁରା ଓ ପୁତୁରା ବୋହୂମାନେ ଘୋର ବିରୋଧ କରିଆସୁଥିଲେ । ଯାହାକୁ ନେଇ ଉପଜିଲ୍ଲାପାଳଙ୍କଠାରେ ସେ ଲିଖିତ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.