Below header

ଆଜିକୁ ୫ଦିନ ହେବ ଚାଲିଛି ଅଲାରନାଥଙ୍କ ଅଣସର ଦର୍ଶନ: ରବିବାର ଥିବାରୁ ଦେଖିବାକୁ ମିଳିଛି ଅଧିକ ଭକ୍ତଙ୍କ ସମାଗମ

ବ୍ରହ୍ମଗିରି(କେନ୍ୟୁଜ): ଚାଲିଛି ଅଲାରନାଥଙ୍କ ଅଣସର ଦର୍ଶନ । ପାଞ୍ଚଦିନ ଧରି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଦେଉଛନ୍ତି । ୧୪ଦିନ ଧରି ଏହି ଅଣସର ଦର୍ଶନ ଚାଲିବ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାରିକେଟ୍‌ର ବ୍ୟବସ୍ଥା ହୋଇଛି ।

ରବିବାର ଥିବାରୁ ଦର୍ଶନ ପାଇଁ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସୁବ ଦିନ ଭଳି ଆଜି ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ଚାଲିଛି ।

ଶ୍ରୀ ଜୀଉଙ୍କୁ ସ୍ନାନ ପଣ୍ଡପରେ ୧୦୮ ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଅଣସର ଗୃହରେ ଜ୍ଵରରେ ପୀଡ଼ିତ ହୋଇ ଗୁପ୍ତ ନୀତି ଚାଲିଛି । ସେଠାରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବା ଅନୁଷ୍ଠିତ ହୋଇଛି । ଭକ୍ତ ମାନେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ନପାଇ ବ୍ରହ୍ମଗିରି ସ୍ଥିତ ଅଲାରପୂର୍‌ ଗାଁରେ ଥିବା ଶିଳାବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତୀ ନାରାୟଣ ବେଶରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.