Below header

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସବ କଲେକ୍ଟର ଅଫିସର ବରିଷ୍ଠ କିରାଣି ଗିରଫ, ୧ କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ

 ଭୁବନେଶ୍ୱର: ଗିରଫ ହେଲେ କୋଟିପତି କିରାଣି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସବ କଲେକ୍ଟର ଅଫିସର ବରିଷ୍ଠ କିରାଣି ଉଦୟନାଥ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ। ୧ କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି।

ଗତକାଲି ଅଫିସ ସମେତ କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରେ ଚଢାଉ କରାଯାଇଛି। ୩ଟି ସ୍ଥାନରେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ପକ୍ଷରୁ ରେଡ୍‌ କରାଯାଇଥିଲା। ଭୁବନେଶ୍ୱର ସୁନ୍ଦରପଦାରେ ୩ ମହଲା ଘର, ପୁରୀରେ ୨ଟି ୨ମହଲା ଘର ଓ ଖୋର୍ଦ୍ଧା ଆଖପାଖ ଅଞ୍ଚଳରେ ୭ଟି ପ୍ଲଟ ଠାବ କରାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ ୫ଟି ଆକାଉଣ୍ଟ ଥିବା ବେଳେ ଦାମୀ ଗାଡି ଚଢ଼ୁଛନ୍ତି ଉଦୟନାଥ। ଭୁବନେଶ୍ୱର ଅଫିସ ଓ କେନ୍ଦ୍ରାପଡା ପୈତୃକ ଘରେ ବି ରେଡ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.