ଗଜପତି: ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ, ପ୍ରାଥମିକ ତଦନ୍ତରୁ ଜଣେ ୩୮ବର୍ଷୀୟା ମହିଳାଙ୍କ ବୋଲି କରାଯାଉଛି ସନ୍ଦେହ

ଗଜପତି: ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ କଇଁପୁର ପଞ୍ଚାୟତର ଏକ ଜଙ୍ଗଲରେ ନର କଙ୍କାଳର ସନ୍ଧାନ ପାଇଛି ପୋଲିସ । ତେବେ ଉକ୍ତ ନର କଙ୍କାଳ ୩୮ ବର୍ଷିୟ ଜଣେ ମହିଳାଙ୍କ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି ।

କାରଣ ଗତ ସେପ୍ଟେମ୍ବର ମାସରେ ମହିଳା ଜଣକ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ତେବେ ନର କଙ୍କାଳଟି ତଳେ ପଡିରହିଥିବା ବା ବେଳେ ଗଛରେ ଏକ ଗାମୁଛା ବନ୍ଧା ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡିନଥିବା ବେଳେ, ଆଜି ସାଇଣ୍ଟିଫିକ୍ ଟିମ ସହ ଉକ୍ତ ଜଙ୍ଗଲରୁ ନର କଙ୍କାଳ ସଂଗ୍ରହ କରି ଫରେନ୍ସିକ ଲ୍ଯାବକୁ ପଠାଇବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.