Below header

ଧାମରା ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ

ଭଦ୍ରକ(କେନ୍ଯୁଜ୍): ଅଗ୍ନି ପ୍ରାଇମ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ। ଧାମରା ଅବଦୁଲ କଲାମ ଦ୍ୱୀପରୁ ସକାଳ ୧୦ଟା ୧୫ ମିନିଟ୍‌ରେ ଏହାର ଉତ୍‌କ୍ଷେପଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଆଣବିକ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୧୦୦୦ରୁ ୨୦୦୦ କିଲୋମିଟର।

୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କରିବାର କ୍ଷମତା ରହିଛି। କ୍ଷେପଣାସ୍ତ୍ରକୁ ଉଭୟ ରୋଡ ଓ ରେଳ ଲଞ୍ଚରରୁ ଉତ୍‌କ୍ଷେପଣ କରାଯାଇପାରିବ। ସଫଳ ପରୀକ୍ଷଣ ପରେ ଡିଆରଡିଓକୁ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.