୪୬ ବର୍ଷୀୟା ଆଣ୍ଟି ଶାଢି ପିନ୍ଧି ସ୍କେଟିଂରେ ଏମିତି ଦେଖାଇଲେ ଜଲଓ୍ଵା, Video ଦେଖି ପୂରା ଦୁନିଆ ହୋଇଗଲା ଆଶ୍ଚର୍ଯ୍ୟ, ଇଣ୍ଟରନେଟ୍‌ରେ ଭାଇରାଲ

ସ୍କେଟିଂ କରି ଜଲଓ୍ଵା ଦେଖାଇଛନ୍ତି ଜଣେ ୪୬ ବର୍ଷୀୟା ମହିଳା। ମହିଳା ଜଣକଙ୍କର ସ୍କେଟିଂ ମୁଭ୍‌ସ ଇଣ୍ଟରନେଟ୍‌ରେ ପୂରା ଛାଇ ଯାଇଛି। ଟରଣ୍ଟୋର ଓର୍ବି ରାୟ ନାମ୍ନୀ ମହିଳା ସବୁବେଳେ ପ୍ରାୟତଃ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ ‘ଆଣ୍ଟି ସ୍କେଟସ୍‌’ରେ ସ୍କେଟିଂ ଭିଡିଓ ସେୟାର କରିଥାଆନ୍ତି। ଓର୍ବିଙ୍କ ଟ୍ୟାଲେଣ୍ଟ ଦେଖି କେବଳ ଏହା କୁହାଯାଇପାରିବ କି, ବୟସକୁ ଦେଖି କେବେ ବି ମନରେ ଛୋଟ ଭାବନା ରଖିବା ଉଚିତ ନୁହେଁ।

ଭାଇରାଲ ହେଉଥିବା ତାଙ୍କର ଏହି ଭିଡିଓରେ ସେ ବାଇଗେଣୀ ରଙ୍ଗର ଶାଢ଼ିରେ ସ୍କେଟବୋର୍ଡରେ ଗ୍ଲାଇଡିଂଙ୍ଗ କରୁଥିବା ନଜର ଆସୁଛନ୍ତି। ଭିଡିଓରେ ଏକ ଟେକ୍ସଟ ଦେଖାଯାଉଛି କି, ଯେଉଁଥିରେ ଲେଖାହୋଇଛି, ‘୪୬ ବର୍ଷ ବୟସରେ ଆଣ୍ଟି ନିଜ ସର୍ବଶ୍ରେଣ୍ଠ ଜୀବନ ଜିଉଁଛନ୍ତି। ଏବେ ଏତେ ଡେରି ହୋଇନାହିଁ’। ଏହି ଭିଡିଓ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି।

କରୋନା ଲକ୍‌ଡାଉନରେ କଠିନ ପରିସ୍ଥିତି ସମୟରେ ଓର୍ବି ନିଜର ସ୍କେଟିଂ ଭିଡିଓ ଅପଲୋଡ୍‌ କରିବା ଆରମ୍ଭ କରିଥିଲେ। କିଛି ହିଁ ମାସ ଭିତରେ ତାଙ୍କର ୩୦ ହଜାରରୁ ଅଧିକ ଫଲୋୟର୍ସ ହୋଇଯାଇଛନ୍ତି। କିନ୍ତୁ ଅନେକ ଥର ତାଙ୍କୁ ଟ୍ରୋଲ୍ସର ସାମ୍ନା କରିବାକୁ ପଡ଼ିଛି। ତଥାପି ସେ ନିଜ ପରିବାର ସଦସ୍ୟଙ୍କ ସହିତ ସ୍କେଟିଂ ଭିଡିଓ ପୋଷ୍ଟ କରିବା ଜାରି ରଖିଛନ୍ତି।

 

View this post on Instagram

 

A post shared by Aunty Skates (@auntyskates)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.