Below header

ବିଧାନସଭା ପ୍ରଶ୍ନକାଳରେ ଉଠିଲା ବରଗଡ଼, ଆସ୍କା ଓ ବଲାଙ୍ଗିର ବିଜୟାନନ୍ଦ ଚିନିକଳର ଦୁରବସ୍ଥା କଥା

ଭୁବନେଶ୍ବର(କେନ୍ୟୁଜ୍): ବିଧାନସଭା ପ୍ରଶ୍ନକାଳରେ ଉଠିଲା ବରଗଡ଼, ଆସ୍କା ଓ ବଲାଙ୍ଗିର ବିଜୟାନନ୍ଦ ଚିନିକଳର ଦୁରବସ୍ଥା କଥା। ଏହାକୁ ନେଇ ଉଦ୍‌ବେଗ ଦେଖାଯାଇଥିଲା। ରାଜ୍ୟରେ ଚିନି ଉତ୍ପାଦନ ଲାଭଜନକ ନୁହେଁ। ଗୋଟିଏ କେଜି ଉତ୍ପାଦନ ପାଇଁ ୪୭ରୁ ୪୮ଟଙ୍କା ଖର୍ଚ୍ଚ ହେଉଛି। କିଣିଲେ ଖର୍ଚ୍ଚ ହେଉଛି ପ୍ରାୟ ୩୨ଟଙ୍କା। କ୍ଷତିରେ ଚାଲିଥିବା ଚିନି କଳର ପୁନଃରୁଦ୍ଧାର ପାଇଁ ଉଦ୍ୟମ ହେଉଥିବା ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟରେ ଥିବା ସମୁଦାୟ ୮ଟି ଚିନିକଳରୁ ମାତ୍ର ୨ଟି କାର୍ଯ୍ୟକ୍ଷମ ଅଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.