Below header

ଇଣ୍ଡିଜ୍‌ ସହ ଟି-୨୦ ସିରିଜ୍‌ରୁ ଧବନ୍‌ ବାଦ୍‌, ଦଳକୁ ଆସିଲେ ସଂଜୁ ସାମ୍‌ସନ୍‌

ମୁମ୍ବାଇ : ଶିଖର ଧବନ୍‌ଙ୍କ ସ୍ଥାନରେ ସଂଜୁ ସାମସନ୍‌ । େଓ୍ଵଷ୍ଟଇଣ୍ଡିଜ୍‌ ସହ ହେବାକୁ ଥିବା ଆଗାମୀ ଘରୋଇ ଟି-୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ଓପ୍ନର ଶିଖର ଧବନ୍‌ । ଆହତ ହୋଇଥିବା କାରଣରୁ ଧବନ୍‌ଙ୍କୁ ଦଳରୁ ବାଦ୍‌ ଦିଆଯାଇଛି । ତେବେ ଧବନ୍‌ଙ୍କ କ୍ଷତି, ଲାଭ ଆଣି ଦେଇଛି ଯୁବ ଖେଳାଳି ସଂଜୁ ସାମସନ୍‌ଙ୍କ ପାଇଁ । ସେ ଧବନ୍‌ଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମହାରାଷ୍ଟ୍ର ସହ ଖେଳିବା ବେଳେ ଧବନ୍‌ ଆହତ ହୋଇଥିଲେ । ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ତେଣୁ ଡାକ୍ତର ତାଙ୍କୁ ବିଶ୍ରାମ ଦେବାକୁ ପରାମର୍ଶ ଦେଇଛନ୍ତି ।

SANJU-2ଆସନ୍ତା ଡିସେମ୍ବର ୬ ତାରିଖରେ ପ୍ରଥମ ମ୍ୟାଚ୍‌ ଖେଳାଯିବ । ମୋଟ୍‌ ତିନି ମ୍ୟାଚ୍‌ ବିଶିଷ୍ଟ ଏହି ଟି-୨୦ ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦ, ଦ୍ୱିତୀୟ ମ୍ୟାଚ୍‌ ଡିସେମ୍ବର ୮ରେ ତିରୁବନନନ୍ତପୁରମ୍‌ ଏବଂ ତୃତୀୟ ମ୍ୟାଚ୍‌ ଡିସେମ୍ବର ୧୧ରେ ମୁମ୍ବାଇରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.