Below header

ଧାନକିଣାକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକ

ଭୁବନେଶ୍ବର(କେନ୍ୟୁଜ୍): ଧାନକିଣାକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ଉଭୟ ଶାସକ ଓ ବିରୋଧୀ ଦଳ ବିଧାୟକ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ୨୦୧୮ରେ ବରଗଡ଼ରେ ଧାନକିଣାରେ ଅନିୟମିତତା ପ୍ରସଙ୍ଗ ଉଠାଇଥିଲେ। ଏହାସହ ଧାନକିଣାରେ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ଦାବି ଜଣାଇଥିଲେ। ସ୍ୱଚ୍ଛତା ନାଁରେ ଚାଷୀଙ୍କୁ ଅସୁବିଧାରେ ନପକାଇବାକୁ ସେ ଦାବି ଜଣାଇଥିଲେ। ଏହାର ଉତ୍ତରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ୧୩ଟି ପ୍ୟାକ୍‌ସ ଉପରେ ଚଢଉ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଧାନ କିଣାରେ ଆଧାର ବାଧ୍ୟତାମୂଳକ ନହେଲେ ବେପାରୀ ପଶି ଚାଷୀଙ୍କୁ ହଇରାଣ କରିବେ ବୋଲି ସେ କହିଛନ୍ତି। ଧାନ କିଣା ନେଇ ଓଡ଼ିଶା ସୀମାରେ ହେଉଥିବା ଷଡ଼ଯନ୍ତ୍ର ସଫଳ ହେବନାହିଁ ବୋଲି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ସେହିପରି ବିଧାୟକ ରୋହିତ ପୂଜାରୀ ମଧ୍ୟ ଟୋକନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। କେବେ ମଣ୍ଡିରୁ ଧାନ ଉଠିବ ତାହା ଚାଷୀ ଜାଣିପାରୁନାହାନ୍ତି। କମ ସମୟରେ ଟୋକନ ଦେବାକୁ ସେ ଦାବି କରିଛନ୍ତି।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.