Below header

ମା’କୁ ଖୋଜି ଖୋଜି ଡେନମାର୍କରୁ ଭାରତ ଆସିଥିଲେ ଏହି ବ୍ୟକ୍ତି, ଜାଣନ୍ତୁ ପୂରା ଘଟଣା

କୁହାଯାଏ ଦୁନିଆରେ ସବୁଠୁ ବଡ ସ୍ଥାନ ମା’ର ହିଁ ହୋଇଥାଏ । ମଣିଷ ହେଉ ବା ଜୀବଜନ୍ତୁ ଯେତେ ଆରାମଦାୟକ ଜୀବନଶୈଳୀ ଅତିବାହିତ କଲେ ମଧ୍ୟ ମା’ର ସ୍ନେହକୁ କେହି କେବେ ପୂରଣ କରି ପାରିବେ ନାହିଁ । ଜଗତର ସେହି ସବୁଠୁ ମୂଲ୍ୟବାନ ବସ୍ତୁ (ନିଜ ମା’ଙ୍କୁ) ଟିକୁ ଖୋଜିବା ପାଇଁ ହିଁ ଜଣେ ୭ ସମୁଦ୍ର ୧୩ ନଇ ପାର କରିବା ପାଇଁ ମଧ୍ୟ ପଛାଇ ନାହାନ୍ତି । ଡେନମାର୍କରେ ରହୁଥିବା ଡେଭିଡ ନୀଳଶନ ଦୀର୍ଘ ୪୧ ବର୍ଷ ପରେ ତାଙ୍କ ମା’ଙ୍କୁ ଖୋଜି ଖୋଜି ଭାରତରେ ଆସି ପହଞ୍ଚିଥିଲେ । ସେ ନିଜ ମା’ଙ୍କୁ ଆଜି ନୁହେଁ ଦୀର୍ଘ ୬ ବର୍ଷ ହେବ ଖୋଜି ଆସୁଛନ୍ତି । ବହୁ ଖୋଜା ଖୋଜି କରିବା ପରେ ତାଙ୍କୁ ଜଣା ପଡିଥିଲା କି ତାଙ୍କ ମା’ ଏବେ ମନାଲିରେ ଅବସ୍ଥାନ କରୁଛନ୍ତି । ତେଣୁ ସେ ଭାରତ ଅଭିମୁଖେ ଆସିଥିଲେ । ନିଜ ପୁଅକୁ ପାଖରେ ଦେଖି ଡେଭିଡଙ୍କ ମା’ ମଧ୍ୟ ଖୁବ ଆତ୍ମହରା ହୋଇଉଠିଛନ୍ତି । ପ୍ରକୃତରେ ଏହି ଘଟଣାଟି ଘଟିଥିଲା ଏହିପରି ।

mother and son

ଆଜକୁ ଠିକ ୪୧ ବର୍ଷ ତଳେ ଯେତେ ବେଳେ ଡେଭିଡଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବା ବେଳେ ସେ ନିଜ ମା’ ଓ ବାପା ଙ୍କ ସହ ଏକ ବାଳାଶ୍ରମରେ ରହୁଥିଲେ । ଡେଭିଡଙ୍କ ମା’ ଓ ବାପା ଖୁବ ଗରିବ ଥିବାରୁ ନିଜ ପିଲା ମାନଙ୍କୁ ନେଇ ସେମାନେ ଏହି ଆଶ୍ରମରେ ରହିବାକୁ ଲାଗିଥିଲେ । ଏହି ଆଶ୍ରମଟି ତାମିଲନାଡୁର ପଲ୍ଲବରାମ ଠାରେ ଅଛି । କିନ୍ତୁ ଏହି ବାଳାଶ୍ରମର ଅଧିକାରୀ ବିନା କୌଣସି ସୂଚନା ଦେଇ ଡେଭିଡଙ୍କୁ ଡେନମାର୍କର ଏକ ଦମ୍ପତ୍ତିଙ୍କ ହାତରେ ହସ୍ତାନ୍ତର କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଏବିଷୟରେ ପୂର୍ବରୁ ଡେଭିଡଙ୍କ ମା’ଙ୍କୁ କିଛି ମଧ୍ୟ ସୂଚନା ମିଳିନଥିଲା । ଯେତେବେଳେ ପରେ ତାଙ୍କ ମା’ ଯାଇ ଏବିଷୟରେ ଆଶ୍ରମ ଅଧିକାରୀଙ୍କୁ ଏସମ୍ପର୍କରେ ପଚାରିଥିଲେ । ଆଶ୍ରମ ଅଧିକାରୀ ସେମାନଙ୍କ ପିଲାମାନଙ୍କୁ ଡେନମାର୍କର ଦମ୍ପତ୍ତିମାନେ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିନେଇଛନ୍ତି ବୋଲି କହିଥିଲେ ।

debhid

ଏହା ସହ ପଢନ୍ତୁ: ଏୟାରପୋର୍ଟରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଲାଗି ନେଇକି ଯାଉଥିଲେ ଏମିତି ଜିନିଷ, ଯାହାକୁ ଦେଖି କାନ୍ଦି ପକାଇଲେ ସୁରକ୍ଷା କର୍ମୀ

ଏହା ସହ ସେମାନେ ଆଶ୍ୱାସନା ଦେଇଥିଲେ କି ଏହାଦ୍ୱାରା ତାଙ୍କ ପିଲାଙ୍କ ଭବିଷ୍ୟତରେ ନିଶ୍ଚିତ ରୂପେ ସୁଧାର ଆସିପାରିବ । ଏବେ ଡେଭିଡଙ୍କୁ ୪୩ ବର୍ଷ ହେଲାଣି । ବର୍ତ୍ତମାନ ସେ ଡେନମାର୍କରେ ଏକ ବଣ୍ଡ ଟ୍ରେଡ଼ର ଭାବେ କାର୍ଯ୍ୟରତ ଅଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟ କର କଥା ହେଉଛି ମାତ୍ର ଗୋଟିଏ ଅତି ପୁରୁଣା ଫଟୋ ମାଧ୍ୟମରେ ହିଁ ସେ ଡେନମାର୍କରୁ ନିଜ ମା’ଙ୍କୁ ଖୋଜି ଖୋଜି ଆସି ମନାଲିରେ ପହଞ୍ଚିଥିଲେ । ଏଥିରେ ତାଙ୍କ ବନ୍ଧୁମାନେ ମଧ୍ୟ ଖୁବ ସହାୟତା କରିଥିଲେ । ଚେନ୍ନାଇ କର୍ପୋରେସନ ରେକର୍ଡ ଅନୁଯାୟୀ ଡେଭିଡଙ୍କ ଜନ୍ମ ୧୯୭୬ ମସିହା ଅଗଷ୍ଟ ମାସ ୩ ତାରିଖରେ ହୋଇଥିଲା । ତଥ୍ୟରେ ତାଙ୍କ ବାପାଙ୍କ ନାଁ କାଳୀୟମୂତ୍ତି ଥିବା ବେଳେ ମା’ଙ୍କ ନାଁ ଧନଲକ୍ଷ୍ମୀ ବୋଲି ଲେଖାଅଛି । ବର୍ତ୍ତମାନ ଧନଲକ୍ଷ୍ମୀ ଘର ମାନଙ୍କରେ କାମ କରି ନିଜ ସାନ ପୁଅ ସହ ଅବସ୍ଥାନ କରୁଛନ୍ତି | ମା’ ଙ୍କ ସହ ଡେଭିଡ ନିଜ ବଡ ଭାଇଙ୍କ ସନ୍ଧାନ ମଧ୍ୟ ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.