Below header

ବାଃରେ ଆଇନ୍‌! ୩୪ ବର୍ଷ ଜେଲ୍‌ରେ ରହିବା ପରେ କୋର୍ଟ କହିଲେ ‘‘ତୁମେ ନିର୍ଦ୍ଦୋଷ’’

ବିନା ଦୋଷରେ ୩୪ ବର୍ଷ ଜେଲଦଣ୍ଡ ଭୋଗିଲେ ତିନି ଯୁବକ। ଅଦାଲତଙ୍କ ଭୁଲ ଶୁଣାଣି ଯୋଗୁ ୩ ଯୁବକଙ୍କ ଗୁରୁତ୍ୱପୂର୍ଣ୍ଣ ୩୪ ବର୍ଷ ଜେଲର ଚାରି କାନ୍ଥ ଭିତରେ ବିତିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ୩୪ ବର୍ଷ ପରେ ହଠାତ୍‌ ଯୁବକ ତ୍ରୟଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାଯାଇଛି।

jail

ରିପୋର୍ଟ ମୁତାବକ,୧୯୮୩ ମସିହାରେ ଏହି ତିନି ଜଣ ଜଣେ ଛାତ୍ରର ଜ୍ୟାକେଟ୍‌ ପାଇଁ ତାକୁ ଗୁଳି କରି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ଆଲଫ୍ରେଡ୍‌ ଚେଷ୍ଟନଟ୍‌, ରାନସମ୍‌ ଓ୍ଵାଟକିନ୍ସ ଓ ଆଣ୍ଡ୍ର୍ୟୁ ଷ୍ଟିଓ୍ଵାଟ୍‌କୁ ଗିରଫ କରିଥିଲା। କୋର୍ଟ ତିନି ଜଣ ଯାକ ସାଙ୍ଗଙ୍କୁ ଆଜୀବନ ଜେଲଦଣ୍ଡାଦେଶ ଦେଇଥିଲେ। ଗିରଫ ହେବା ବେଳେ ସମସ୍ତେ ନାବାଳକ ଥିବା ବେଳେ ଏବେ ସେମାନଙ୍କ ବୟସ ୫୦ ବର୍ଷ।

ଏହାସହ ପଢ଼ନ୍ତୁ: ବର୍ତ୍ତମାନ ପିଆଜ କନ୍ଦାଉଥିବା ବେଳେ ଏହି ଗାଁ ଲୋକ କିନ୍ତୁ ବିନ୍ଦାସ, ଜାଣନ୍ତୁ ଏହାପଛରେ କଣ ରହିଛି କାରଣ

ତେବେ ଜେଲରୁ ମୁକୁଳିବା ପରେ ଆଲ୍‌ଫ୍ରେଡ୍‌ କହିଛନ୍ତି ଯେ ଆମେ ନିର୍ଦ୍ଦୋଷ ବୋଲି ବାରମ୍ବାର କହିଥିଲୁ। କିନ୍ତୁ ପୋଲିସ ଠିକ ଭାବେ ତଦନ୍ତ ନ କରି ଆମକୁ ଦୋଷୀ ଭାବେ ଦଣ୍ଡ ଦେଲା। ଆମ ଜୀବନର ଯୁବାବସ୍ଥା ଜେଲର ଚାରିକାନ୍ଥ ଭିତରେ କଟିଗଲା। କିନ୍ତୁ ଆମ ମନରେ ବିଶ୍ୱାସ ଥିଲା ଯେ ଆମେ ତିନି ଜଣ ନିଶ୍ଚୟ ମୁକୁଳିବୁ। ତେବେ ବିନା ଦୋଷରେ ଏଭଳି ଦଣ୍ଡାଦେଷକୁ ନେଇ ବୁଦ୍ଧିଜୀବୀମାନେ ଆଇନ୍‌ ବ୍ୟବସ୍ଥା ଉପରେ ସନ୍ଦେହ ପ୍ରକଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.