ହ୍ୱାଟ୍ସଆପକୁ ମିଳିଲା ବଡ଼ ଅପଡେଟ, ଆସିଲା କଲ ୱେଟିଂର ଫିଚର

ଇନଷ୍ଟାଣ୍ଟ ମଲ୍ଟିମିଡ଼ିଆ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ପୁଣିଥରେ ଆଇଫୋନର ବିଟା ଭର୍ସନ ପାଇଁ ନୂଆ ଅପଡେଟ ଜାରି କରି । ଆଇଫୋନ ବିଟାର 2.19.120 ଭର୍ସନ ପାଇଁ ହ୍ଵାଟ୍ସଆପ କଲ ୱେଟିଂର ଫିଚର ନେଇଆସିଛି । ନୂଆ ଅପଡେଟ ପରେ ଯଦି କେହି ହ୍ଵାଟ୍ସଆପ କଲରେ କଥା ହେଉଛନ୍ତି ସେହି ସମୟରେ ଅନ୍ୟ କେହି ଫୋନ କଲେ ତାଙ୍କୁ କଲର ୱେଟିଂ ଆସିବ । ଯଦିଓ କଲ ୱେଟିଂର ସୁବିଧା କେବଳ ସାଧାରଣ କଲ ପାଇଁ ଉପଲବ୍ଧ ରହିଛି ।

ଆଇଫୋନର ବିଟା ଭର୍ସନରେ ହ୍ୱାଟ୍ସଆପକୁ ରେଡ଼ିଏସନ ମଧ୍ୟ କରାଯାଇଛି । ନୂଆ ଅପଡେଟରେ ସ୍କ୍ରିନରେ କିଛି ପରିବର୍ତ୍ତନ ମଧ୍ୟ ଆସିବ । ଏହା ବ୍ୟତୀତ ବ୍ରେଲ କିବୋର୍ଡ଼ ୟୁଜର୍ସ ମାନଙ୍କ ପାଇଁ ମଧ୍ୟ ଅନେକ ଫିଚର୍ସ ଜାରି କରିଛି ଓ ଏହାପୂର୍ବରୁ ମଧ୍ୟ ଆଇଫୋନର ବିଟା ୟୁଜର୍ସ ମାନଙ୍କ ପାଇଁ ଅନେକ ପ୍ରାଇଭେସି ଫିଚର ଜାରି କରାଯାଇଥିଲା ।

whatsapp

ଏହାସହ ପଢନ୍ତୁ ଯଦି ଆପଣଙ୍କ ସ୍ମାର୍ଟଫୋନ ବି ହେଉଛି ବାରମ୍ବାର ହ୍ୟାଙ୍ଗ ତାହେଲେ ଆପଣାନ୍ତୁ ଏହି ସବୁ ଟିପ୍ସ

ସୂଚନା ଅନୁଯାୟୀ ଗତ ସପ୍ତାହରେ ହ୍ଵାଟ୍ସଆପ ଆଇଫୋନ ୟୁଜର୍ସ ମାନଙ୍କ ପାଇଁ ଏକ ବିଟା ଭର୍ସନ ଜାରି କରିଥିଲା ତେବେ ଏଥର ଆଇଫୋନର ବିଟା ଭର୍ସନରେ ଆହୁରି ଅନେକ ଗୁଡିଏ ଫିଚର୍ସ ଯୋଡି ହୋଇଯାଇଛି । ଆଇଫୋନର ନୂଆ ବିଟା ଭର୍ସନରେ ଫେସବୁକ ପେ ମଧ୍ୟ ଯୋଡାଯାଇଛି । ଏହା ବ୍ୟତୀତ ନୂଆ ଅପଡେଟ ପରେ ଆପଣ ବ୍ଲକ କରିଥିବା ୟୁଜରଙ୍କୁ ମଧ୍ୟ ନୋଟିଫିକେସନ ମିଳିବ ଯାହାକି ଆଜିପର୍ଯ୍ୟନ୍ତ ମିଳିନଥିଲା । ଏହି ସମସ୍ତ ଫିଚର ହ୍ୱାଟ୍ସଆପର ଆଇଫୋନ ବିଟା ଭର୍ସନ 2.19.120.21ରେ ହିଁ ଉପଲବ୍ଧ ଓ ଏହାର ସୂଚନା ହ୍ଵାଟ୍ସଆପର ଫିଚରକୁ ଟ୍ରାକ କରୁଥିବା ୱେବସାଇଟ WABetaInfoରେ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.