Below header

ପବିତ୍ର ବିଜୟା ଦଶମୀ ଅବସରରେ ଆଜି ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ(କେନ୍ୟୁଜ୍):ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ସୁନାବେଶ। ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଅବକାଶ ନୀତି ଶେଷ ପରେ ତଡପଲାଗି ଓ ଉତ୍ତରୀୟ ମଇଲମ ହୋଇ ତିନି ବାଡ଼ରେ ଚନ୍ଦନ ଲାଗି ଓ ନୂଆଲାଗି ହୋଇ ଶ୍ରୀଜିଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥାଏ।

ଏହି ବେଶରେ ପାଞ୍ଚଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ। ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି। ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସୁନାବେଶ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି।

 

maa

ଏପଟେ ଦଶହରା ଅବସରରେ ପୁରୀ ବେଳାଭୂମିରେ  ବାଲୁକାକଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି। ବିଭିନ୍ନ ଫଳକୁ ବ୍ୟବହାର କରି ଏହି ବାଲୁକାକଳା ନିର୍ମାଣ କରାଯାଇଛି। ବେଳାଭୂମିରେ ଏପରି ଅଭିନବ ବାଲୁକାକଳା ସମସ୍ତଙ୍କୁ ଆକର୍ଷିତ କରିଛି। ଏହା ମାଧ୍ୟମରେ ସମସ୍ତଙ୍କ ସୁଖସମୃଦ୍ଧି କାମନା କରିଛନ୍ତି ସୁଦର୍ଶନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.