ବିଜୟାଦଶମୀରେ ଦୁଃଖଦ ଘଟଣା: ବିଦ୍ୟୁତ୍ ଆଘାତରେ ବୌଦ୍ଧ ଜବଲପୁର ଗାଁର ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ

ବୌଦ୍ଧ(କେନ୍ୟୁଜ୍): ବିଜୟାଦଶମୀରେ ଦୁଃଖଦ ଘଟଣା। ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ। ମୃତକମାନେ ହେଲେ ସୁକାନ୍ତି ବେହେରା, ତାଙ୍କ ପୁଅ ସୋହନ ବେହେରା ଓ  ଦିଅର ସୁଶୀଲ ବେହେରା।

ହଠାତ୍ ଆଜି ସକାଳେ ସୁକାନ୍ତି ନିଜ ଘର ଆଗରେ ଟଣା ଯାଇଥିବା ତାରରେ ଲୁଗା ଶୁଖାଉଥିଲେ। ଉକ୍ତ ତାରଟି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିବାରୁ ସେଥିରେ ସେ ଲାଗିଯାଇଥିଲେ।  ସୁକାନ୍ତିଙ୍କୁ ବଞ୍ଚାଇବାକୁ ତାଙ୍କ ଦିଅର ସୁଶୀଲ ସେଠାରେ ପହଞ୍ଚି ଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ ଓ ତାରରେ ଲାଗିଯାଇଥିଲେ। ପରେ ସୁକାନ୍ତିଙ୍କ ପୁଅ ସୋହନ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ପରେ ଗ୍ରାମବାସୀ ବିଦ୍ୟୁତ କାଟିବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.