Below header

ସୁନ୍ଦରଗଡ଼: କୌନ ବନେଗା କରୋଡ଼ପତି ଲଟେରିର ପ୍ରଲୋଭନ ଦେଖାଇ ୫୦ହଜାର ଲୁଟ୍‌, ଥାନାରେ କେସ୍ କଲେ ଯୁବକ

କେନ୍ୟୁଜ୍(ବ୍ୟୁରୋ):   ୨୫ ଲକ୍ଷର ଲୋଭ ଦେଖାଇ ୫୦ହଜାର ଲୁଟ୍‌। କୌନ ବନେଗା କରୋଡପତିରେ ଲଟେରିର ପ୍ରଲୋଭନ ଦେଖାଇ ସାଇବର ଲୁଟେରା ଜଣେ ଯୁବକଙ୍କୁ ଠକିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା କିସିଙ୍ଗସିରା ଗାଁର ଜଣେ ଯୁବକ ସକୁନ୍ଦ ନାଏକ ଲୁଟର ଶିକାର ହୋଇଛନ୍ତି। କୌନ ବନେଗା କରୋଡପତିରେ ୨୫ଲକ୍ଷ ଟଙ୍କାର ଲଟେରି ଆସିଥିବା ନେଇ ଗତକାଲି ସକୁନ୍ଦଙ୍କ ମୋବାଇଲକୁ ଏକ କଲ୍‌ ଆସିଥିଲା।

ପ୍ରଥମେ ସେ ଏହାକୁ ଏଡ଼ାଇ ଦେଇଥିଲେ ମଧ୍ୟ ପରେ ହ୍ଵାଟ୍‌ସ ଆପ୍‌ରେ ଏକ ଭିଡିଓ କଲ ଆସିଥିଲା। ଏହାକୁ ସକୁନ୍ଦ ବିଶ୍ୱାସ କରିବା ପରେ କଲର୍‌ର ନିର୍ଦ୍ଦେଶ ଅନୁସାରେ ଯିବାରୁ ତାଙ୍କ ମୋବାଇଲ କାମ କରିନଥିଲା ଓ ପରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟିଯାଇଥିଲା। ଠକାମୀର ଶିକାର ହେବା ଜାଣିବା ପରେ ସେ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.